STORYMIRROR

Shreeman Anshuman Priyadarshee

Abstract Inspirational Children

4  

Shreeman Anshuman Priyadarshee

Abstract Inspirational Children

ଗୁରୁ

ଗୁରୁ

1 min
283

ସାରା ଜଗତର ବିଶ୍ଵକର୍ମା ଯେ ଗୁରୁ

ଗଢ଼ୁଅଛ ଛାତ୍ର ନୀତି,

ତମରି ଶିକ୍ଷାରେ ଦେଶ ବିଦେଶରେ

ଲଭୁଛନ୍ତି ଛାତ୍ର ଖ୍ୟାତି।।


ପାଠ ସଙ୍ଗେ ସଙ୍ଗେ କେତେ କଣ ପୁଣି

ଶୁଖେଇ ଦେଇଛ ତୁମେ,

ତୁମ କଥା ମାନି ବାଟ ଚାଲୁ ଥିଲେ

ବିଫଳ ହେବୁନି ଆମେ।।


ଶିଷ୍ୟଙ୍କ ଜୀବନେ ଦ୍ଵିପ ହୋଇ ତୁମେ

ଅଜ୍ଞାନର ଅନ୍ଧକାର କର ଦୂର,

ଭଲ ମନ୍ଦ ମଧ୍ୟେ ପାର୍ଥକ୍ୟ କୁ ବୁଝାଇ 

କଲ ମଣିଷ ଆମକୁ ସମାଜର।।


ଯେତେ ଦୁଃଖ ଥାଉ ଜୀବନରେ ତୁମ

ସଦା ମୁଖେ ଥାଏ ହସ,

ଉତ୍ତମ ମଣିଷ ଟିଏ କରିବା ନିମନ୍ତେ

ନୀତି ଦେଖାଉଛ ବାଟ।।


ତୁମ ପାଇଁ ମୋର ଏହି ଭକ୍ତିଟି 

ଆଜି ଦିନଟେ ପାଇଁ ନୁହେଁ,

ପୂଜୁ ଥିବି ମୁଁ ପ୍ରତି ମୁହୂର୍ତ୍ତରେ 

ମୋ ଜୀବନ ଥିବା ଯାଏଁ ।।


ଥାଉ ମନେ ସଦା ଆଶୀର୍ବାଦ ତବ

ପ୍ରେମ ଥାଉ ନିରନ୍ତର,

ସବୁ ଜନମରେ ହେବି ତୁମ ଛାତ୍ର

ଦିଅ ମୋତେ ଏହି ବର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract