STORYMIRROR

Durjyodhan Barik

Inspirational Others Children

3  

Durjyodhan Barik

Inspirational Others Children

ଗୁରୁ

ଗୁରୁ

1 min
185


ଗୁରୁ ପିତା ମାତା  ଗୁରୁ ହିଁ ଦେବତା

     ଗୁରୁ ସାକ୍ଷାତ ଈଶ୍ୱର,

ଗୁରୁ ଜ୍ଞାନ ଦାତା  ଭାଗ୍ୟର ବିଧାତା

     ଗୁରୁ ଜ୍ଞାନର ଭଣ୍ଡାର ।

ଅନ୍ଧକାର ପଥୁ     ଆଲୋକର ପଥ 

      ଦେଖାନ୍ତି ଛାତ୍ର ଙ୍କୁ ଗୁରୁ,

ତାଙ୍କ ଶିକ୍ଷା ବଳେ  ପାଇ ସର୍ବେ ଜ୍ଞାନ

     ମୁକ୍ତ ହୋନ୍ତି ଅଜ୍ଞାନରୁ ।

ଜନ୍ମ ଠାରୁ ମୃତ୍ୟୁ   ପ୍ରାଣ ଥିବା ଯାଏଁ

     ଶିଖ ସର୍ବେ ଦେଇ ମନ,

ଶିକ୍ଷା ଗ୍ରହଣ ରେ  ନବାଛିବ କେବେ 

     କାଳ ପାତ୍ର ଆଉ ସ୍ଥାନ ।

ଗୁରୁ ଖୋଜୁ ଥାନ୍ତି   ଶାମୁକାରୁ ମୁକ୍ତା

     ଜ୍ଞାନର ସମୁଦ୍ରେ ଯାଇ ,

ଛାତ୍ରଙ୍କୁ ଗଢନ୍ତି    ମଣି ମୁକ୍ତା ପରି

    ଜ୍ଞାନର ବାରିଧି ଦେଇ।

ଗୁରୁ ଆଶୀର୍ବାଦେ    ଅଜ୍ଞାନ ତିମିର

      ହଟିଯାଏ ସବୁ ବାଧା,                     

ଗୁରୁଙ୍କ ଚରଣେ    ନମସ୍କାର କରି

     ଆଶୀର୍ବାଦ ନେବ ସଦା ।


Rate this content
Log in

Similar oriya poem from Inspirational