STORYMIRROR

Gangotri Priyadarshini

Abstract Inspirational Others

4  

Gangotri Priyadarshini

Abstract Inspirational Others

ଗୁରୁ ଯେ ଈଶ୍ଵର

ଗୁରୁ ଯେ ଈଶ୍ଵର

1 min
204


ଗୁରୁ ତୁମେ ପଥ ପ୍ରଦର୍ଶକ,....

ଅଜ୍ଞାନ ର ତମସା ରୁ

ଜ୍ଞାନ ଆଲୋକ ର ଲାଭାର୍ଥେ

ସଦା ସ୍ମରଣୀୟ !

ତୁମେ ପ୍ରଭୁ ବନ୍ଦନୀୟ ଚିର ।।


ନିଜକୁ ପରଖିବା ପୂର୍ବରୁ,........

କୁମ୍ଭାର ଶାଳ ର ଦକ୍ଷ କାରିଗର

ରୂପାନ୍ତର ହୁଏ ଶିଶୁରେ ମୋର

ପିତା ମାତା ମୋର ପ୍ରଥମ ଗୁରୁବର ।।


ହେ ସୃଷ୍ଟି ସ୍ରଷ୍ଟା ଶ୍ରେଷ୍ଠ ନର,.......

ତନ୍ତ୍ରେ ତନ୍ତ୍ରେ ଝଙ୍କାର 

ତୋଳେ ମାେ ଅନ୍ତଃସ୍ଵର

ମାତ୍ରୁରୁପେ ସାରଦେ ଗୋ,

ପ୍ରଣିପାତ କର ସ୍ବୀକାର ।।


ଶିକ୍ଷା ରୂପେ ମହଦାନ,....

ଦାନେ ମୋତେ କଲ ପୂର୍ଣ୍ଣ

ନିଜକୁ ମଣେ କୃତାର୍ଥ

ବିଦ୍ୟା ର ମହିମା ଯଥାର୍ଥ !

ଧାରା ବହେ ଜଗତରେ,

ପରିବର୍ତ୍ତନ ସ୍ଵାଦ ସୁମଧୁର ।।


ଜ୍ଞାନମୟ ଏ ସଂସାର ସାର,..

ଶିଷ୍ୟ ଟେ ହୋଇ ହେବା ଉଦ୍ଧାର

ଅଧ୍ୟବସାୟ ରେ କର ଅର୍ଜନ

ହୋଇବ ଦିନେ ବିଶ୍ୱରେ ଧନ୍ୟ

ଗୁରୁ ହେ , ପ୍ରତିକ୍ଷଣ

ତୁମ ଶ୍ରୀଚରଣ ରେ କୋଟି ଜୁହାର ।।


କ୍ରୋଧ ହିଂସା ଲୋଭ ହର,....

ଶାନ୍ତି ମୈତ୍ରୀ ନିଷ୍ଠା ସ୍ମର

ସଦବୁଦ୍ଧି କର୍ତ୍ତବ୍ୟ ସମାଦର

ଧରା ଧାମେ ପୁଣ୍ୟ ଲଭ 

ଗୁରୁ ଯେ  ଆମ୍ଭ  ଈଶ୍ୱର ।।


ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ,

ଗୁରୁଦେବ ମହେଶ୍ୱର

ଗୁରୁ ତୁମେ ପରଂବ୍ରହ୍ମ

ଘେନ ମୋର ଭକ୍ତି ଅର୍ଘ୍ୟ

ଆହେ ପ୍ରଭୁ ଜଗଦୀଶ୍ଵର ।।


ଜଗତ ର ଅନୁକୋଣେ,...

ସର୍ବଜନ ଶିକ୍ଷା ଜାଣେ

ଜୀବନ ଧାର ପ୍ରଖର

ଚିର ଶାଶ୍ଵତ ସୁନ୍ଦର ।।


ବିଶ୍ୱେ ହୋଇ ବନ୍ଦନୀୟ,.....

ଦୂର ହେଉ ଅଜ୍ଞାନ ଭୟ,

କିବା କହିବା ଉଚିତ

ଜୟ ହେଉ ବିଦ୍ୟା ସର୍ବ

ଆଶିଷ ଦିଅ ହେ ଗୁରୁଦେବ

ହେଉ ମହାନ ସମ୍ପର୍କ

ଶିଷ୍ୟ ସଙ୍ଗେ ଶିକ୍ଷକର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract