STORYMIRROR

Kalyani Nanda

Inspirational

4  

Kalyani Nanda

Inspirational

ଗୁରୁ ତୁମେ ଚିର ନମସ୍ୟ

ଗୁରୁ ତୁମେ ଚିର ନମସ୍ୟ

1 min
269

ଜ୍ଞାନାଲୋକ କରି ବିତରଣ,

ଅଜ୍ଞାନ ଅନ୍ଧକାର କରି ଦୂର,

ଦ୍ରୋଣ, ବିଶ୍ଵାମିତ୍ର ସମ ଗୁରୁ ହେ ସୃଷ୍ଟି କର,

କେତେ ଯେ ଶିଷ୍ୟ ଅର୍ଜୁନ, ପୁରୁଷୋତ୍ତମ ରାମ।


ଶିକ୍ଷକ ତୁମେ, ଦେଖାଅ ସଦା ସତ୍ୟର ପଥ,

ଶିଷ୍ୟ ହୁଏ ଧନ୍ୟ,ପାଇ ତୁମ ସତ୍ୟ ଉପଦେଶ,

ଜୀବନ ନୁହଇ ସୁଗମ୍ୟ,ଜୀବନ ପଥ ଯେ କଣ୍ଟକିତ,

ହାତ ଧରି ଦେଖାଇ ଦିଅ ଯେ ପଥ ଅଟେ କୁସୁମିତ।


ଚିରକାଳେ ଶିକ୍ଷକ ତୁମେ ଛାତ୍ରଙ୍କ ନମସ୍ୟ,

ଆଜିର ଯୁଗରେ ଛାତ୍ର ସମାଜ ହୁଏ ବିଭ୍ରାନ୍ତ,

ଶିକ୍ଷକ ତୁମେ,ସୁ ଶିକ୍ଷା ବଳେ କରି ପାରିବ ସୁଧାର,

ଉତ୍ତମ ଶିଷ୍ୟ ଯେ ଦେଶର ହେବ ଭାବି ନାଗରିକ। 


ବିଦ୍ୟାଦାନ ମହାଦାନ, ଗୁରୁ ତୁମେ କରି ବିଦ୍ୟାଦାନ, 

ବିଦ୍ୟା କରି ଅର୍ଜନ,ଶିଷ୍ୟର ଜୀବନ ହୁଅଇ ଧନ୍ୟ,

ଦେଶର,ଛାତ୍ର ସମାଜ ରେ ଆଣିପାର ତୁମେ ପରିବର୍ତ୍ତନ,

ଶିକ୍ଷକ ତୁମ ଜ୍ଞାନର ଆଲୋକେ ସଂସାର ହୁଏ ଉଦ୍ଭାସିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational