STORYMIRROR

Prahallad Sahoo

Classics Inspirational Children

4  

Prahallad Sahoo

Classics Inspirational Children

ଗୁରୁ ପଥଦ୍ରଷ୍ଟା, ଉଚ୍ଚମନା

ଗୁରୁ ପଥଦ୍ରଷ୍ଟା, ଉଚ୍ଚମନା

1 min
150


ଆହେ ଗୁରୁଦେବ

ତୁମେ ମହେଶ୍ବର ତୁମେ ହିଁ ପରମ

ତୁମେ ଜ୍ଞାନ ବୁଦ୍ଧି ଦାତ୍ତା;

ତୁମେ ଅଣାକାର ତୁମେ ହିଁ ଧରମ

ତୁମେ ଜୀବନର ଆସ୍ଥା ।


ଆହେ ଗୁରୁଦେବ

ତୁମେ ପୂର୍ଣ୍ଣବ୍ରହ୍ମ ତୁମେ ହିଁ ଆୟୁଧ

ତୁମେ ଅବଧାନ ମାନ;

ତୁମେ ପୂର୍ଣ୍ଣଯୋଗ ତୁମେ ହିଁ ପୂଣ୍ଯତଃ

ତୁମେ ମାନ ଅଭିମାନ ।


ଆହେ ଗୁରୁଦେବ

ତୁମେ ମହାସିଦ୍ଧ ତୁମେ ହିଁ ପ୍ରବୁଦ୍ଧ

ତୁମେ ପ୍ରାଣପ୍ରିୟ ମିତ;

ତୁମେ ଗଙ୍ଗାଜଳ ତୁମେ ହିଁ ନିର୍ମଳ

ତୁମେ ଥିଲେ ନାହିଁ ଭୀତ ।


ଆହେ ଗୁରୁଦେବ

ତୁମେ ଉଚ୍ଚମନା ତୁମେ ହିଁ ଶିକ୍ଷକ 

ତୁମେ ମୁକ୍ତି ପ୍ରଦାୟକ;

ତୁମେ ଦିବ୍ଯାଲୋକ ତୁମେ ହିଁ ରକ୍ଷକ

ତୁମେ ମାର୍ଗ ଦର୍ଶକ ।


ଆହେ ଗୁରୁଦେବ

ତୁମେ ଗରୀୟାନ ତୁମେ ହିଁ ମହାନ

ତୁମେ ପିତା ମାତା ଈଶ;

ତୁମେ ପଥଦ୍ରଷ୍ଟା ତୁମେ ହିଁ ନମନ

ତୁମେ ପରା ଶୁଭାଶିଷ ।


ଆହେ ଗୁରୁଦେବ

ତୁମେ ମହୀୟାନ ତୁମେ ହିଁ ମାଧବ

ତୁମେ ନିତ୍ଯ ନିରଞ୍ଜନ;

ତୁମେ ଦିବ୍ଯଜ୍ଞାନୀ ତୁମେ ହିଁ ସାଧକ

ତୁମେ ସତ୍ଯ ଚିରନ୍ତନ ।


ଆହେ ଗୁରୁଦେବ

ତୁମେ ନିରାକାର ତୁମେ ହିଁ ଭକତି

ତୁମେ ଶମ ଦମ କ୍ଷମା;

ତୁମେ ନିର୍ବିକାର ତୁମେ ହିଁ ଶକତି

ତୁମେ ସାକ୍ଷାତ ଉପମା ।


ଆହେ ଗୁରୁଦେବ

ତୁମେ ଜ୍ଞାନଗଙ୍ଗା ତୁମେ ହିଁ ଚେତନା

ତୁମେ ଦୁଃଖେ ସ୍ମିତହାସ୍ଯ;

ତୁମେ ସ୍ନେହରଙ୍କା ତୁମେ ହିଁ ଆପଣା

ତୁମେ ସୁଖେ ସ୍ଥିର ସତ୍ଯ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics