ଗୁରୁ ନମସ୍ୟ
ଗୁରୁ ନମସ୍ୟ
ଗୁରଙ୍କ ଠୁ କେହି ନାହିଁ ଦୁନିଆରେ ମହାନ
ଗୁରୁ ବଳେ ମିଳେ ସିନା ଆମକୁ ସତଜ୍ଞାନ
ଗୁରୁଙ୍କର କରୁଥିବା ସଦା ଗୁଣଗାନ
ଗୁରୁଙ୍କ ବିନା ଜୀବନ ନରକ ସମାନ
ଗୁରୁ ଆମ ବିଚାରକୁ କରନ୍ତି ଉଜ୍ୱଳ
ତାଙ୍କ ମାର୍ଜିତେ ବାଣୀ ଆମ ହୁଅଇ କୋମଳ
ଦୂର କରି ସର୍ବଦା ସେ ଅଜ୍ଞାନ ଅନ୍ଧାର
ଭରନ୍ତି ସଭିଙ୍କ ମନେ ଜ୍ଞାନର ଭଣ୍ଡାର
ଗୁରୁ ବ୍ରମ୍ହା, ଗୁରୁ ବିଷ୍ଣୁ,ଗୁରୁ ହିଁ ପରମେଶ୍ୱର
ସଦା ପୂଜ୍ୟ,ନମସ୍ୟ ସେ ସଭିଙ୍କ ଆଦ୍ୟ ଈଶ୍ୱର ।
