STORYMIRROR

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational Children

4  

କବି କୁସୁମଗୌରବ ଘନଶ୍ୟାମ ଜେନା

Inspirational Children

ଗୁରୁ ମହିମା

ଗୁରୁ ମହିମା

1 min
328


ଗୁରୁ ବ୍ରହ୍ମା ବିଷ୍ଣୁ ଈଶ୍ୱର, ଜଗତର ଠାକୁର,

ଗୁରୁ ସାକ୍ଷାତ୍ ପରମ ବ୍ରହ୍ମ, ପଦେ ପ୍ରଣତି ମୋର।୧।

ଜଗତକୁ ଗୁରୁ ମଣିବା, ଗୁରୁମୟ ଜଗତ,

ସେହି ସତ୍ତା ବଳେ ଜଗତ ହୁଅଇ ଆତଯାତ।୨।

ଜଳ ସ୍ଥଳ ବନ ପବନ, ଅନ୍ତରୀକ୍ଷ ଗଗନ,

ସବୁଠାରେ ଦିବ୍ୟ ସତ୍ତାର, ପ୍ରକାଶ ବିଦ୍ୟମାନ।୩।

ଜଗତ ମଙ୍ଗଳ କରାତା, ଜଗତର ଈଶ୍ୱର,

ଜୟ ଜୟ କାର ନାଦରେ, ବନ୍ଦେ ପଦ୍ମ ପୟର।୪।

ଗୁରୁ ହିଁ ସାକ୍ଷାତ୍ ଈଶ୍ୱର, ଜନେ ନମଣ ନର,

କିଞ୍ଚିତ କୃପାରେ ହୋଇବ, ଭବ ସାଗରୁ ପାର।୫।

ହରି ରୋଷ ହେଲେ ଉଦ୍ଧରେ, ଗୁରୁ ଶାସ୍ତ୍ରେ ପ୍ରମାଣ,

ଗୁରୁ କଲେ ରୋଷ ଉଦ୍ଧରି, ନ ପାରେ ନାରାୟଣ।୬।

ମାତା ପିତା ପରା ଅଟନ୍ତି, ଆଦ୍ୟ ଗୁରୁ ଆମର,

ତାଙ୍କ ଆଶୀର୍ବାଦ ବଳରେ ମିଳେ ଶାନ୍ତି ଅପାର।୭।

ବିଦ୍ୟାଦାତା ଗୁରୁ ନାଶନ୍ତି ଅଜ୍ଞାନ ଅନ୍ଧକାର

ସେହି ଜ୍ଞାନାଲୋକେ ସୁଗମ ହୁଏ ପଥ ଆମର ।୮।

ଗୁରୁ ପଦେ କର ପ୍ରଣତି, ଢାଳି ମନ ପରାଣ,

ସାର୍ଥକ ହୋଇବ ଜୀବନ, ଧ୍ୟାୟୀ ତାଙ୍କ ଚରଣ।୯।

ମହାଦେଈ ପୁର,ଗୁରାଣ୍ଡି, ଗଜପତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational