Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bhagyabanta Mahaling

Inspirational Children

3  

Bhagyabanta Mahaling

Inspirational Children

ଗୁରୁ ହିଁ ଈଶ୍ଵର

ଗୁରୁ ହିଁ ଈଶ୍ଵର

1 min
228


  

ଗୁରୁ ହିଁ ଈଶ୍ଵର ଗୁରୁ ମହାଦେବ

ଗୁରୁ ହିଁ ପରମ ତପ

ଗୁରୁ ବିନା କିଛି ମୂଲ୍ୟ ନାହିଁ ଏଠି

ତାଙ୍କୁ ସବୁବେଳେ ଜପ ।


ପଥପ୍ରଦର୍ଶକ ଅଟନ୍ତି ଆମର

ରାସ୍ତା ଦେଖାଇବା ପାଇଁ

ଭୁଲ କଲେ ଭଲ ବାଟକୁ ଆଣନ୍ତି

ତାକୁ ଭୁଲିବା କାହିଁ । 


ଗୁରୁ ଯେ ଭଲ ବନ୍ଧୁ ଅଟନ୍ତି

ଗୁରୁ ହିଁ ପିତାମାତା

ଗୁରୁ ପରଂବ୍ରହ୍ମ ଗୁରୁ ଈଶ୍ଵର

ଗୁରୁ ହିଁ ସର୍ବ ଶିକ୍ଷା ।


ଗୁରୁ ଆଶୀର୍ବାଦ ଥାଏ ଯା ଉପରେ

ଆଗକୁ ସର୍ବଦା ବଢେ

ନିଷ୍ଫଳ ବ୍ୟକ୍ତିଙ୍କ କଥାରେ ନ ପଡି

ଜୀବନ ଜଞ୍ଜାଳ ଗଢେ ।


ଲଉଡି ବିନା ଅନ୍ଧ ଯେପରି

ନିଃସହାୟ ମନେ କରେ 

ଗୁରୁ ବିନା ଶିଷ୍ୟ ଠିକ୍ ସେମିତି

ଆଗକୁ ନ ବଢି ପାରେ ।।



Rate this content
Log in