STORYMIRROR

Panchanan Jena

Inspirational

4  

Panchanan Jena

Inspirational

ବୟସୀ ବୟାନ

ବୟସୀ ବୟାନ

1 min
650

ଘର ଗୃହ ସଦନ ଅବା ଭବନ

ଚାଳିଆ କୁଡିଆ ଅବା କୁଟୀର

 ହେଲେ ବି ହେଉ,

ସବୁ ମନ୍ଦିର ସମାନ ।


କାରଣ

ସମସ୍ତେ କରନ୍ତି ସ୍ଵାଧୀନ ସମ୍ଭାଷଣ ବିଚରଣ

ମନେ ମନେ କିଏ କହେ

କିଛି କହନ୍ତି ତୁଣ୍ଡ କମାଣ

ଛାଡି ଫଟାଏ ବାକ୍ୟ ବଚନ

ମୃଦୁ ମିଶ୍ରି ବୋଳା କପୋଥ କଥନ 

ଆବାଳ ବୃଦ୍ଧ ବନିତା ଗୁରୁଜନ

ବାପା ଜେଜେର କଢ଼ା ଶାସନ 

ବୋଉ ଜେଜେମା'ର ଶୁଦ୍ଧ ସ୍ନେହ

ଆଦାନ ପ୍ରଦାନ ।


ହସି ପାରନ୍ତି ସର୍ବେ ଖିଲିଖିଲି

ମେଳା ମେଳଣ ପର୍ବ ପର୍ବାଣି 

ଉତ୍ସବ ବିବାହ ଭୋଜି ପୁଆଣି

ଖୁସି ଫୁଲରେ ମଖମଲି ।


ଶୋକ ହେଉ କି ଦୁଃଖ

ମରଣ ହେଉ କି ହରଣ

ଯନ୍ତ୍ରଣା ହେଉ କି ସମସ୍ୟା ଆସ୍ତରଣ

ସମବେଦନାର ସ୍ଵର ଝଙ୍କାର

ଆଞ୍ଜୁଳାଏ ଜମାନବନ୍ଦୀ ଘେର

କଳାହାଣ୍ଡିଆ ଲୁହ ସମାହାର

ନିମିଷ ମାତ୍ରେ 

ନୀରବ ନିଥର ଜଡ଼ ଶୂନଶାନ୍‌ ଇଲାକାରେ

ଫିକ୍ ଫିକ୍ ହସ ଜୁଆର ।


ଘର ଅଗଣାରେ ପଡ଼େ

ସୂର୍ଯ୍ୟ-ଚନ୍ଦ୍ରଙ୍କର କିରଣ- ପାଦ

ଜଡ଼ କାନ୍ଥ କବାଟ ସଜୀବ ପାଲଟେ

ସୁଲୁସୁଲୁ ସମୀରଣର 

କୃତୁକୁତୁ ଅଭ୍ୟାସ ନିନାଦ ।


ସହିଯାଏ

ଗ୍ରୀଷ୍ମ-ଦୁର୍ବାସାର ଅସହ୍ୟ ଗୁଳ୍ମଗୁଳି

ଶ୍ରାବଣୀ ନାୟିକାର ବର୍ଷା ବିଜୁଳି

ଶୀତ ମାଉସୀର କୁହୁଡିଆ ଥର

ଫଗୁଣ ନାଗରର ପୁଲକିତ ଶର

ଋତୁଚକ୍ରରେ ପେଶି ନାଶି ଉଦ୍‌ବାସୀ

ମସ୍ତକ କିରୀଟ ଜଳେ ଦାଉ ଦାଉ 

ଏକ ଅନ୍ନ-ପ୍ରାଣ-ମନ- ଆତ୍ମା ନିବାସୀ ।


ଆଗରେ ପଛରେ ଶୋଭେ

ଶାଗ ପଟାଳୀ

ଟଗର- ମନ୍ଦାର ଭଳିକି ଭଳି

ଲଙ୍କା- ଲେମ୍ବୁ- ସଜନା ଗଛରୁ କିଛି

ଭଣ୍ଡା-ବାଇଗଣ - ପିଆଜ ସାଇଁ ବି ଅଛି

କିଚିରି ମିଚିରି ଚଢ଼େଇ ଦଳ

ନେଉଳ- ମାଙ୍କଡ଼ ଦଳବଳ 

ସମସ୍ତଙ୍କ ପାଇଁ ଆହାର କେନ୍ଦ୍ର

ମଣିଷ-କୀଟ-ପତଙ୍ଗ- ପଶୁ 

ଏକାଧାରରେ ଏକାଲୟରେ

ବିଶ୍ଵ ନିୟନ୍ତ୍ରାଙ୍କ ସର୍ଜନା ରନ୍ଧ୍ର ।


ଘର ନୁହଁ ଚାରି କାନ୍ଥର ଚୈହଦୀ 

ରହିବା ଶୋଇବା ପାଇଁ

ଶତ ଅଭାବରେ ଶତ ସୁବିଧାରେ

ଆତ୍ମାର ଆହ୍ଵାନ ଯହିଁ

ସ୍ଵାଧୀନତା ମନ୍ତ୍ରେ ଦୀକ୍ଷିତ ସମସ୍ତେ

ଏକ ମନ-ପ୍ରାଣ ଗୁନ୍ମି

ମୁଣ୍ଡ ଗୁଞ୍ଜିଥାନ୍ତି ଆପଦେ ସଂପଦେ

ଜଗନ୍ନାଥ ନାମ ଚିନ୍ତି

ସବୁ ବାଗ୍ମୀଶ୍ଵର କିଛି ଯୁଧିଷ୍ଠିର

ଖାନେ ପାନେ ବୃକୋଦର

ବିଳାସ ବ୍ୟସନେ ବିପତ୍ତି ଆସନେ

ଯୁଦ୍ଧ ପାଇଁ ଧନୁର୍ଦ୍ଧର ।

ଘର ହିଁ ବୈକୁଣ୍ଠ ମନ ମିଶିଥିଲେ 

ଆତ ଯାତ ବିଭୁକୃପା

ଘର ହିଁ ନରକ ତ୍ୟାଗର ଅଭାବେ

ସବୁ କ୍ଷଣ ସର୍ବଶ୍ଳାଘା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational