STORYMIRROR

Sagar Kumar Parida

Inspirational

3  

Sagar Kumar Parida

Inspirational

ଗୁରୁ ଦକ୍ଷିଣା

ଗୁରୁ ଦକ୍ଷିଣା

1 min
121

ଗୁରୁ ମହାମନ୍ତ୍ର ଗୁରୁ ମହାସୂତ୍ର ଗୁରୁ ହିଁ ଜୀବନ ଆଧାର

ଗୁରୁ ମହାବଳ ଗୁରୁ ହିଁ ସମ୍ଭଳ ଗୁରୁ ହିଁ ମୁକ୍ତିର ସ୍ବାକ୍ଷର ।।


ଗୁରୁ ହଁ ସ୍ରଷ୍ଟା ଗୁରୁ ହିଁ ସୃଷ୍ଟି ଗୁରୁ ହେଉଛନ୍ତି ବିଲୟ

ଗୁରୁଙ୍କ ଆଶିଷେ ଅଜ୍ଞାନ ରାଜ୍ୟରେ ଜ୍ଞାନର ସୂରୁଜ ଉଦୟ।।


ସ୍ୱୟଂ ଭଗବାନ ଗୁରୁଙ୍କୁ ପୂଜନ୍ତି ଗୁରୁଙ୍କ ସ୍ଥାନ ଉଚ୍ଚରେ

ଗୁରୁଙ୍କ ଶକତି ବଳରେ ମୁକତି ଲଭେ ଶିଷ୍ୟ ଅଚିରରେ ।।


ସୁପ୍ତ ଷଡ଼ଚକ୍ର ଜାଗ୍ରତ ହୁଅଇ ଗୁରୁଙ୍କର ଦିବ୍ୟ ସ୍ପର୍ଶେ 

ସେହି ଗୁରୁ ଯଦି କୋପିତ ହୁଅନ୍ତି ବଞ୍ଚାଇବ କେ ଜଗତେ?


ଗୁରୁ ଗଉତମ ଶିଷ୍ୟ ସର୍ବୋତ୍ତମ ଉତ୍ତଙ୍ଗ ଭୃଗୁନନ୍ଦନ

ଦିବ୍ୟ କୁଣ୍ଡଳକୁ ଦକ୍ଷିଣା ରୂପରେ ଦେଇଥିଲେ ଗୁରୁ ଚରଣ ।।


ଭଗବାନ ବ୍ୟାସ ବନବାସୀ ପୁତ୍ର  ନିଜଗୁରୁ ବରିଥିଲେ

ଶିଷ୍ୟ ଗହଣରେ ନିଜ ଆସନରେ ବସାଇଣ ପୂଜାକଲେ ।।


ପାଣ୍ଡବେ ଦ୍ରୋଣଙ୍କୁ ଗୁରୁ ଦକ୍ଷିଣାରେ ଦେଇଥିଲେ ବାନ୍ଧି ଦ୍ରୁପଦ

ଏକଲବ୍ୟ ଗୁରୁଦକ୍ଷିଣା ମାଗନ୍ତେ ଦେଲେ ବୃଦ୍ଧାଙ୍ଗୁଳି ସମ୍ପଦ ।।


କୃଷ୍ଣ ବଳରାମ ଗୁରୁଦକ୍ଷିଣାରେ ଦେଇଥିଲେ ଗୁରୁ ସନ୍ତାନ

ଯମ ଦୁଆରରୁ ଘେନି ଆଣିଥିଲେ ସସମ୍ମାନେ ଗୁରୁ ନନ୍ଦନ ।।


ସ୍ୱୟଂ ହନୁମାନ ଗୁରୁଦକ୍ଷିଣାରେ ସ୍ୱର୍ଯ୍ୟଙ୍କୁ ଦେଇଣ ବଚନ

ବାଳୀଠାରୁ ରକ୍ଷା କଲେ ସୁଗ୍ରୀବଙ୍କୁ ରକ୍ଷା କରିତାଙ୍କ ଜୀବନ ।।


ଚନ୍ଦ୍ରଗୁପ୍ତ ପାଇ ଗୁରୁ ଚାଣକ୍ୟଙ୍କୁ ନାଶ କଲେ ନନ୍ଦ ବଂଶ

ପ୍ରତିଷ୍ଠା କରିଲେ ମୋଯ୍ୟ ଵଂଶ ସେହି ପାଇଣ ମଗଧ ଦେଶ ।।


ରାମକୃଷ୍ଣଙ୍କର ଅଶେଷ କୃପାରୁ ନରେନ୍ଦ୍ର ବିବେକାନନ୍ଦ

ପୃଥିବୀ ବକ୍ଷରେ ଗୀତା ଜ୍ଞାନ ବାଣୀ କରିଥିଲେ ପ୍ରସାରିତ ।।


ତେନ୍ଦୁଲକର ଯେ କ୍ରିକେଟ ଖେଳରେ ହୋଇଥିଲେ ଭଗବାନ 

ଗୁରୁ ଆଚେରକରଙ୍କ ଆର୍ଶୀବାଦ ବଳେ ଲଭିଥିଲେ ଏହିସ୍ଥାନ ।।


ଆଜିର ଯୁଗରେ ଗୁରୁ ଶିଷ୍ୟ ଭାବ ଅଭାବ ପରିଲକ୍ଷିତ

ଗୁରୁଙ୍କୁ ସମ୍ନାନ ପ୍ରଦାନ କରିବା ନୁହେଁ କି ଏବେ ଉଚିତ ?


ଜଗତର ଗୁରୁ ପ୍ରଭୁ ମହାମେରୁ କରିବା ତାହାଙ୍କୁ ସ୍ମରଣ

ଭଵଜଳୁ ପାରି କରିବେ ଶ୍ରୀହରି ଚିନ୍ତାକଲେ ତାଙ୍କ ଚରଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational