STORYMIRROR

CHARUBALA PADHI

Inspirational Others

3  

CHARUBALA PADHI

Inspirational Others

ଗୁରୁ : ଦିବ୍ୟ ମାନବ

ଗୁରୁ : ଦିବ୍ୟ ମାନବ

1 min
466

ଗୁରୁ,

ନିଜ ଦିବ୍ୟ ଚେତନାର

ପ୍ରଦୀପ ଜାଳି

ଜଳାଇଥାନ୍ତି ଅଗଣିତ ଦୀପ,

ନିଜେ ଧୂପ ପରି ଜଳି 

ମହକାଇଥାନ୍ତି ଏ ସମାଜ।


ଦୁର୍ଗମ ଦୁରୂହ ପଥରେ,

ଅସ୍ପଷ୍ଟ ଘନ ରଜନୀରେ,

ଆଲୋକର ଉତ୍ସ ସମ 

ସାଜଥାନ୍ତି ପଥ ପ୍ରଦର୍ଶକ।


ସ୍ନେହ, ଶ୍ରଦ୍ଧା, ଆକଟରେ

ତ୍ୟାଗ, ଧୈର୍ଯ୍ୟ, କ୍ଷମା ବଳରେ

କେତେ ଅଶାନ୍ତ ପ୍ରାଣରେ

ଜାଳିଥାନ୍ତି ଶାନ୍ତିର ଦୀପ।


ଅପାର ମହିମା ବଳରେ,

ତେଜଦୀପ୍ତ ପ୍ରତିଭାରେ,

ମୁକ ମୁଖରେ ବି

ଫୁଟାଇ ପାରନ୍ତି ହସ।


ସେ ହିଁ ଗୁରୁ

ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ସ୍ୱରୂପ

ସତ୍ୟ, ଶାନ୍ତି, ମୁକ୍ତିର ପ୍ରତୀକ।

ସେହି ଦିବ୍ୟ ମାନବଙ୍କ ପାଦପଦ୍ମରେ

ମୋର କୋଟି ପ୍ରଣିପାତ।


Rate this content
Log in

Similar oriya poem from Inspirational