STORYMIRROR

Ashok Kumar Nayak

Inspirational

4  

Ashok Kumar Nayak

Inspirational

ଗୁରୁ ଦିବସ

ଗୁରୁ ଦିବସ

1 min
307

ଗୁରୁ ବିନା ଶିଷ୍ୟର ଯେ ନାହିଁ କିଛି ମୂଲ୍ୟ,

ଅନ୍ଧାରରୁ ଉଦ୍ଧାରନ୍ତି ଗୁରୁ ଶିଖା ତୁଲ୍ୟ ।


ଆକାଶଠୁଁ ବଡ଼ ସାଗରୁ ଗଭୀର ମନ, 

ଗୁରୁ ଦିବସରେ କରୁ ଗୁରୁ ଜୟ ଗାନ ।


ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ମହେଶ୍ୱର, 

ଗୁରୁ ହିଁ ଆରମ୍ଭ ଆମ ଛାତ୍ର ଜୀବନର ।


ଗୁରୁ ବିଦ୍ୟା ବୁଦ୍ଧି ଦେଇ ଦେଖାଅନ୍ତି ବାଟ, 

ନ ରଖି ମନରେ ଛନ୍ଦ ନ କରି କପଟ ।


ବେତବାଡ଼ି ଛାଟ କିଏ ପାରିବ କି ଭୁଲି, 

ପଥ ପ୍ରଦର୍ଶକ ଅଟେ ତାଙ୍କର ସେ ଗାଳି ।


ଯେତେଦିନ ଯାଏଁ ଥିବ ଏ ବିଶ୍ୱ ଭାରତ,

ପୂଜା ପାଉଥିବେ ଗୁରୁ ଚିର ଆଉ ନିତ୍ୟ ।


ଗୁରୁ ମାତା ତୁମେ ମୋର ଆଦ୍ୟ ଗୁରୁ ଅଟ, 

ତୁମ୍ଭର ଶ୍ରୀଚରଣରେ କରେ ଦଣ୍ଡବତ ।


ମୋର ଦ୍ୱିତୀୟ ଗୁରୁ ପିତା ତୁମେ ଅଟ, 

ମସ୍ତକରେ ମୋର ସଦା ଥାଉ ତୁମ ହାତ ।


ପୃଥିବୀରେ ଯେତେ ଜୀବ ନିର୍ଜୀବ ଅଛନ୍ତି, 

ସମସ୍ତେ କିଛି ନା କିଛି ଶିକ୍ଷା ଦେଇଥାନ୍ତି ।


ଗୁରୁରେ ପୂରିତ ଅଟେ ଏ ସାରା ସଂସାର,

ଶିଷ୍ୟ ରୂପରେ ନିଜକୁ କରନ୍ତୁ ସ୍ୱୀକାର ।


ଅଜ୍ଞାନ ଅନ୍ଧକାରରୁ ଆଲୋକର ପଥ, 

ଦର୍ଶାଇ ଥାଆନ୍ତି ଗୁରୁ ନିତ୍ୟ ଅବିରତ ।


ଗୁରୁ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ, 

ଗୁରୁ ଦିବସେ ତାମିଲନାଡୁ ଜନ୍ମସ୍ଥାନ ।


ଜନମ ହେଲେ ମାତା ସୀତାମ୍ମାଙ୍କ ଗର୍ଭରୁ, 

ଭାରତବର୍ଷରେ ଲଭିଲେ ସେ ଶ୍ରେଷ୍ଠ ଗୁରୁ ।


ଭାରତ ଗର୍ବ ତାଙ୍କରି ସମ୍ମାନ ପାଇଁ କି, 

ଆଦର୍ଶ ଗୁଣେ ଗୁରୁ ମାନ଼୍ୟ ତାଙ୍କୁ ଦେଇକି ।


ହେଲେ ଭାରତ ଦେଶର ବଡ଼ ନାଗରିକ,

 ଚକିତ ସମାଜ, ରାଧାକ୍ରିଷ୍ଣନ ଶିକ୍ଷକ ।


ଧନ୍ୟ ଗୁରୁ ଶିକ୍ଷା ଧନ୍ଯ ଗୁରୁ ଅବଦାନ, 

ଜ୍ଞାନର ସାରଥୀ ଧନ୍ଯ ତାଙ୍କ କୀର୍ତ୍ତିମାନ ।


ଆଜି ଗୁରୁ ଦିବସରେ ଏତିକି ପ୍ରାର୍ଥନା,

ହେ ଗୁରୁ ମୋ ଦୋଷ ତ୍ରୁଟି କରନ୍ତୁ ମାର୍ଜନା ।


ଅକ୍ଷୁର୍ଣ୍ଣ ରହୁ ଜଗତେ ସଦା ଗୁରୁ ନାମ, 

ଗୁରୁ ଚରଣେ ମଥା ସଦା କୋଟି ପ୍ରଣାମ ।


Rate this content
Log in

Similar oriya poem from Inspirational