ଗୁରୁ ଦେବାୟ ନମଃ
ଗୁରୁ ଦେବାୟ ନମଃ


ଗୁରୁ ବ୍ରହ୍ମା ବିଷ୍ଣୁ
ଗୁରୁ ମହେଶ୍ୱର
ଗୁରୁ ଜ୍ଞାନପଥ
ଆମ ଜୀବନର।
ଗୁରୁ ଆଦିଅନ୍ତ
ଗୁରୁ ଦୟାବନ୍ତ
ଗୁରୁ ପ୍ରେମାମୃତ
ମମତା ଭଣ୍ଡାର।
ଗୁରୁ ସଂଯୋଜକ
ଗୁରୁ ନିର୍ଦେଶକ
ଗୁରୁ ପ୍ରଦର୍ଶକ
ଜୀବନ ପଥର।
ଗୁରୁ ଜନ୍ମଦାତା
ଗୁରୁ କର୍ମଦାତା
ଗୁରୁ ଧର୍ମଦାତା
ଏଇ ସଂସାରର।
ଗୁରୁ ସୂତ୍ରଧର
ଗୁରୁ ଅନ୍ତଶ୍ୱର
ଗୁରୁ ଜ୍ୟୋତିର୍ମୟ
ଆତ୍ମା ଏ ବିଶ୍ୱର।
ଗୁରୁ ବନ୍ଦନୀୟ
ଗୁରୁ ପୂଜନୀୟ
ଗୁରୁ ସର୍ବମୟ
ଦ୍ଵିତୀୟ ଈଶ୍ୱର।
ଗୁରୁ ନମୋନମଃ
ଗୁରୁ ନମୋନମଃ
ଗୁରୁ ନମୋନମଃ
ଘେନ ନମସ୍କାର।