STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational

ଗୁରୁ ବନ୍ଦନା(ରାଗ-ଚୋଖି)

ଗୁରୁ ବନ୍ଦନା(ରାଗ-ଚୋଖି)

1 min
225


ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର

  ଗୁରୁ ବୁଦ୍ଧି ବିଦ୍ୟା ଦାତା ପରମେଶ୍ୱର

ଗୁରୁଙ୍କର ବିଦ୍ୟା ଧନ ସମ୍ପଦଠୁ ମୂଲ୍ୟବାନ

  ଅନ୍ତରରୁ ଦୂର କରେ ମାୟା ଅନ୍ଧାର ।

   

     ଗୁରୁ ସାକ୍ଷାତ ପରଂବ୍ରହ୍ମ 

  ଗୁରୁ ଶିଷ୍ୟ ପରମ୍ପରା ଯୁଗ ଯୁଗର ।୧।


ଗୁରୁ ମାତା ଗୁରୁ ପିତା ଗୁରୁ ଆମ ଶିକ୍ଷା ଦାତା

   ଦୀକ୍ଷା ଦାତା ଭାବେ ଗୁର ସର୍ଵ ପୂଜିତ

ଗୁରୁଙ୍କ ଚରଣେ ଭକ୍ତି ଦେଇଥାଏ ସିଦ୍ଧି ମୁକ୍ତି

   ଜ୍ଞାନ ଆହରଣେ ଶୁଦ୍ଧ ହୁଅଇ ଚିତ୍ତ ।

    

      ଗୁରୁଙ୍କର ଜ୍ଞାନ ଆଲୋକ 

  ପଥ ପ୍ରଦର୍ଶକ ସଦା ଅଲିଭା ଦୀପ ।୨।


ଗୁରୁଦେବ ଗୁଣମୁକ୍ତ   ଗୁରୁ ନିରାକାର ଯୁକ୍ତ

     ଈର୍ଷା ହିଂସା ଛଳନା ମୁକ୍ତ

ସତ୍ୟ ନ୍ୟାୟ ଧର୍ମ ପୂର୍ଣ୍ଣ ବାଦ ବିବାଦ ବିହୀନ

   ଆଚରଣ ବିଚରଣ ନ୍ୟାୟ ସଙ୍ଗତ ।

   

    ଅନ୍ୟାୟ ଅନୀତି ତ୍ୟାଗରେ

  ସୁସଙ୍ଗତେ ସୁପଥରେ ଗୁରୁଙ୍କ ଗସ୍ତ ।୩।


ଗୁରୁଙ୍କ ଶାଶ୍ୱତ ପ୍ରେମ ସମ ଭାବାପର୍ଣ୍ଣ ଧର୍ମ

   ଚରିତ୍ର ଗଠନ ପାଇଁ ଦୁର୍ମୂଲ୍ୟ ଶିକ୍ଷା

ସ୍ପୃଶ୍ୟ ଅସ୍ପୃଶ୍ୟତା ହୀନ ଗୁରୁଙ୍କ ହୃଦୟ ମନ

  ଉଚ୍ଚନୀଚ ଭେଦଭାବ ତ୍ୟାଗର ଦୀକ୍ଷା ।

  

     ପୂର୍ଣ୍ଣାଙ୍ଗ ମାନବ ଗଠନେ

 ସମାଜକୁ ଦେଇଥାଏ ପୂର୍ଣ୍ଣ ସୁରକ୍ଷା ।୪।


ଗୁରୁଙ୍କ ଚରଣ ସେବା ପାଇଁ ମନପ୍ରାଣ ଦେବା

  ଆଜ୍ଞାଧୀନ ହୋଇ ତାଙ୍କ ଆଦେଶ ମାନି

କରିବା ଜ୍ଞାନ ଅର୍ଜନ ସାଥେ ଥିବ ଚିରଦିନ

 ଦାନ କଲେ ବୃଦ୍ଧି ହେବ ଅକ୍ଷୟ ସେହି ।

  

     ଲଭିବା ଗୁରୁଙ୍କ ଆଶିଷ 

 ହୋଇବା ଜଗତ ଜୀତା ହାରିବା ନାହିଁ ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational