ଗୁରୁ ବନ୍ଦନା : ଘେନ କୋଟି ପ୍ରଣାମ
ଗୁରୁ ବନ୍ଦନା : ଘେନ କୋଟି ପ୍ରଣାମ


ହେ-ଗୁରୁଦେବ ! ଘେନ କୋଟି ପ୍ରଣାମ,
ଦୟାକରି ତୁମପାଦେ ଦିଅ ଶରଣ | (ଘୋଷା )
ସତ୍ୟ-ଧର୍ମ ପଥ ମୋତେ ଦେଖାଇ ଦିଅ,
ସକାଳ ଶୁଭ କାର୍ଯ୍ୟରେ ମୋ ସାଥେ ରୁହ |
ତୁମ ବିନା କି' ହେବ ଏ' ଛାର ଜୀବନ ?
ହେ-ଗୁରୁଦେବ ! ଘେନ କୋଟି ପ୍ରଣାମ,
ଦୟାକରି ତୁମପାଦେ ଦିଅ ଶରଣ | (1)
ତୁମ ଶ୍ରୀଚରଣ ମୋର ମୁକ୍ତି ଦୁଆର,
ତୁମ କରୁଣାରେ ହେବ ଅଜ୍ଞାନ ଦୂର |
ମନୋକାମନା ମୋହର ହେବ ପୂରଣ |
ହେ-ଗୁରୁଦେବ ! ଘେନ କୋଟି ପ୍ରଣାମ,
ଦୟାକରି ତୁମପାଦେ ଦିଅ ଶରଣ | (2)