STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଗୁରୁ ବିଦ୍ୟା ବିଦ୍ୟାଳୟ

ଗୁରୁ ବିଦ୍ୟା ବିଦ୍ୟାଳୟ

1 min
193

ଭାଷା ସାହିତ୍ୟର  ହୋଇବ ବିକାଶ

  ଶବ୍ଦ ଭଣ୍ଡାର ରହିଛି

ଶବ୍ଦ ଅପଚୟ  ହୋଇଲେ ଘଟିବ

  ଦୋଷ, ଦୁର୍ବଳତା କିଛି।୧।


ଲିଖନ ପଠନ  ସୃଷ୍ଟି ପଦ ବାକ୍ଯ

  ଶବ୍ଦ ଯୋଡ଼େ ଅକ୍ଷରକୁ

ଭାଷା କଥନରେ  ଏହି ସମାଜରେ

  ଶବ୍ଦ ଗଢ଼େ ସମ୍ପର୍କକୁ ।୨।


ଇଂରାଜୀ ଭାଷାରେ  ଛବିଶି ଅକ୍ଷର

  ବିଶାଳ ଶବ୍ଦ ଭଣ୍ଡାର

ବିଶ୍ୱ ଦରବାରେ  ପ୍ରତିଟି ଦେଶରେ

  ପାଏ ସମ୍ମାନ ଆଦର ।୩।


ବ୍ୟବହାର କରି  ପାରିଲେ ଭାଷାରେ

  ଶବ୍ଦ ହୋଇବ ରତନ

ଉତ୍ତମ ଶବ୍ଦର  ପ୍ରୟୋଗର ବଳେ

  ବଢ଼ିବ ଭାଷାର ମାନ।୪।


ଭାଷା ସାହିତ୍ୟର  କ୍ଷୟ କ୍ଷତି ହୁଏ

  ଶବ୍ଦ କଲେ ଅପଚୟ

ଶବ୍ଦକୁ ସଜାଇ କହି ପାରୁଥିଲେ

  ମନରେ ନ ଥାଏ ଭୟ ।୫।


ଶବ୍ଦ ହିଁ ଆଣଇ  ଜୀବନେ ଏମିତି

  ସ୍ନେହ,ପ୍ରେମ ପ୍ରୀତିଭାଷା

କ୍ଷଣିକ ମଧ୍ୟରେ  ଦୂରକରିପାରେ

  ଅଭିମାନ ରାଗ ଋଷା ।୬।


ସ୍ନେହ ମମତାର ମଳୟ ଆଣଇ

  ଦେହ ମନ ହୃଦୟରେ

ଶବ୍ଦର ତରଙ୍ଗ  ଆଙ୍କେ କେତେ ରଙ୍ଗ

  ପ୍ରତି ଜୀବନ ପୃଷ୍ଠାରେ ।୭।


ଅପଚୟ ଶବ୍ଦ  ଆଣଇ ବିଷାଦ

  କ୍ଷଣେ ସମ୍ପର୍କ ଭାଙ୍ଗଇ

କ୍ରୋଧ,ହିଂସା,ଘୃଣା  କରେ ବାଟବଣା

  ଦିବ୍ୟ ଭାବନା ହଜଇ ।୮।


ଶବ୍ଦ ଅପଚୟ  ନ ହେବ ଯେମିତି

  ବେଳ ଥାଉ ସାବଧାନ

ଚଲାପଥେ ଯେବେ  ଗୋଡ଼ ଖସିଗଲେ

  ଜୀବନ ହେବ ବିପନ୍ନ ।୯।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational