STORYMIRROR

Kalandi pal

Inspirational

3  

Kalandi pal

Inspirational

ଗୁଣ୍ଡିଚା ରାଣୀର ନୟନ ମଣି

ଗୁଣ୍ଡିଚା ରାଣୀର ନୟନ ମଣି

1 min
263


ଗୁଣ୍ଡିଚା ରାଣୀର ନୟନ ମଣି,

ସାରା ଓଡ଼ିଆଙ୍କ ମଉଡମଣି,

ଆସୁଛି ଆଜିରେ, ରଥରେ ବସିରେ

ଫେଡ଼ିବାକୁ ମାଆ ଦୁଃଖ କାହାଣୀ, l0l


ଶରଧା ବାଲିର ଉଛୁଳା ପ୍ରେମ,

ପ୍ରେମେ ବାୟା ହେଲେ ସେ ଶ୍ୟାମଘନ,

ମନ୍ଦିରେ ଭୁଲିଲେ, ଲଷ୍ମୀ ଠାକୁରାଣୀ

ଭାଇ ଭଉଣୀଙ୍କୁ ରଥରେ ଘେନି, l1l


ଶରଧା ବାଲିରେ କଳାବଦନ,

ଗୁଣ୍ଡିଚା ରାଣୀଙ୍କ ମନ ଉଚ୍ଛନ୍ନ,

ବନ୍ଦାଣ ଥାଳି ହାତରେ ଘେନି

ପାଛୋଟି ନିଅନ୍ତି ମା ଠାକୁରାଣୀ, l2l


ନଦିନ କୁଣିଆଁ ଆସିଛି ଧାଇଁ,

ଭକତ ମେଳରେ ଜନମ ଭୂଇଁ,

ଆଡପ ବେଦୀରେ, ଦର୍ଶନ ଦେବେରେ

ଏ ଦର୍ଶନ ପୁଣ୍ୟ ଜୀବନେ ନାହିଁ, l3l

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational