STORYMIRROR

Papu parida

Classics Inspirational Others

4  

Papu parida

Classics Inspirational Others

ଗୁଣ ଗଣନା

ଗୁଣ ଗଣନା

1 min
212

ମାତୃଭୂମି ମାତୃଭାଷାର ମମତା 

ଯା ହୃଦେ ଜନମି ନାହିଁ

ତାକୁ ଯଦି ଜ୍ଞାନୀଗଣରେ ଗଣିବା 

ଅଜ୍ଞାନୀ ରହିବେ କାହିଁ।।


ସହୀଦ ବିରର ବଳିଦାନ ଆଗେ

ଯା ହୃଦୟ କାନ୍ଦିନାହିଁ

ତାକୁ ଯଦି ଦେଶପ୍ରେମୀରେ ଗଣିବା

ଦେଶଦ୍ରୋହୀ ରହିବେ କାହିଁ।।


ବିପଦ କାଳରେ ମିତ୍ରଟି ସାଥିରେ

ଯେଉଁ ମିତ୍ରଟିଏ ନାହିଁ

ତାକୁ ଯଦି ମିତ୍ରଗଣରେ ଗଣିବା

ଶତ୍ରୁ ରହିବେ ଯେ କାହିଁ।।


ପର ଆପଣାର ନିକଟ ଦୂରର

ଯା ହୃଦେ ଜନମୁ ଥାଇ

ତାକୁ ଯଦି ସମାଜସେବୀରେ ଗଣିବା

ସ୍ୱାର୍ଥପର ରହିବେ କାହିଁ।।


ନାରୀର ସୁରକ୍ଷା ତା ପାଇଁ ସମ୍ମାନ

ଯେଉଁ ପୁରୁଷେ ଜନମି ନାହିଁ

ତାକୁ ଯଦି ପୁରୁଷଗଣରେ ଗଣିବା

କାପୁରୁଷ ରହିବେ କାହିଁ।। 


କୁସଂସ୍କାର ଅନ୍ଧବିଶ୍ୱାସ ଜାଲକୁ

ଦିଏ ଯେ ଅସ୍ତ୍ର ସଜେଇ

ତାକୁ ଯଦି ସନ୍ଥଗଣରେ ଗଣିବା

ନାସ୍ତିକ ରହିବେ କାହିଁ।।


ସେବାସାହାଯ୍ୟ ପରୋପକାରଭାବ

ଯେ ମଣିଷେ ଜନମି ନାହିଁ

ତାକୁ ଯଦି ସୁଜନଦଳରେ ଗଣିବା

ଦୁର୍ଜନ ରହିବେ କାହିଁ।।



Rate this content
Log in

Similar oriya poem from Classics