STORYMIRROR

Neelima Nivedita Behera

Romance

3  

Neelima Nivedita Behera

Romance

ଗୁମାନ

ଗୁମାନ

1 min
13.6K


ଗଣ୍ଠି ଥିଲା ପବନରେ

ଊଣା ଥିଲା ମନ

ମୋତେ ଦେଖି ଆକାଶରେ

ହସି ଦେଲା ଜହ୍ନ ।

ଆଖି କୋଣେ କାକର ସେ

ଶୀତେ ଶିଶିର ସମାନ

ମାନ ଯେତେ ଅଭିମାନ

ସବୁ ଅଢେଇଟା ଦିନ ।

କାଲି କେହି ଦେଖି ନାହିଁ

ମିଛ ଆଗତ ସପନ

କାଇଁ ତେବେ କରିବି ମୁଁ

ଜହ୍ନଠି ତୁଛା ଗୁମାନ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance