STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

ଗୁଜବ

ଗୁଜବ

1 min
13.9K


ପିଲା ଚୋରି କଥା ଗୁଜବ ଅଟେ
ଜମାରୁ ବିଶ୍ୱାସ କରନା
ଅଯଥା କଥାକୁ ବିଶ୍ୱାସ କରି
ନିରୀହ ଲୋକଙ୍କୁ ମାରନା
କେଉଁ ଗୋଟିଏ ଖଳପ୍ରକୃତି
ଗୁଜବ ସୃଷ୍ଟି କରିଛି
ସାରା ରାଇଜ ରେ ଆଜି
ନିଆଁ କୁ ଲଗେଇ ଦେଇଛି
ହିଂସା ସୃଷ୍ଟି କରିବା ତାଙ୍କର
ହେଉଛି ମୂଳ ଲକ୍ଷ
ଶାନ୍ତ ରାଜ୍ୟ କୁ ଅଶାନ୍ତ କରି
ଦେଖେଇ ଛନ୍ତି ଦକ୍ଷ
ପିଲା ପୋଷିବାକୁ ବଳ ନାହିଁ ବୋଲି
ଫିଙ୍ଗି ଦେଉଛନ୍ତି ରାସ୍ତାରେ
କିଏ କାହିଁକି ପିଲା ଚୋରି କରିବ
ହାଲ୍ଲା ହୁଏ ଖାଲି ମିଛରେ
ଗୁଜବ କଥାକୁ ବିଶ୍ୱାସ କରନି
କାହା କଥା ଜମା ଶୁଣନି
ଅଯଥାରେ କଥାକୁ ବିଶ୍ୱାସ କରି
ଜମାରୁ କାହାକୁ ମାରନି
ଆମ ସରକାର ଆମ ପାଇଁ ଅଛି
ଆମ କଥା ସିଏ ବୁଝିବ
ଆମ ସରକାର ବୁଝାଇ କହୁଛି
ସତ ନୁହଁ ଏହା ଗୁଜବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational