STORYMIRROR

Suchismita Behera

Action Inspirational Children

3  

Suchismita Behera

Action Inspirational Children

ଗୁହାରି

ଗୁହାରି

1 min
175

ହେ ଦିଅଁ, 

ଦିଅ ମୋତେ ଦୟାର ଅମଳିନ ହୃଦୟ

ଦିଅ ନାହିଁ ମୋତେ ତୁମେ କୁଟିଳତାର ଦାରିଦ୍ର୍ଯ ।


ହାତ ଯୋଡି ତୁମ ଆଗେ

ହାତ ଧରି ତୁମ ସାଥେ,

ଚଢିବି ମୁଁ ଥିରି ଥିରି

ଗୋଟେ ଗୋଟେ ପାହାଚ ।।


ହୃଦୟରେ ତୁମ ସ୍ପନ୍ଦନ 

ହସ୍ତରେ ତୁମ ସମର୍ଥନ

ସାହାସର ସହ ସୁଜ୍ଞାନ ଦିଅ ଯେ

ବୁଝି ହଉ ତୁମ ଉପସ୍ଥାନ ।।


ତୁମ ଉପସ୍ଥିତିରେ ବିକାଶ ହଉ ମୋ ଚେତନା

ଦ୍ଵନ୍ଦ ମୁକ୍ତ ହଉ ସମୟର ପ୍ରତିଟି ପରିଯୋଜନା

ସମୟ ସହିତ ସମତାଳ ଦେଇ,

ଶିଥିଳ ଗତିରେ ସାଉଁଟେ ତୁମ ଆଶ୍ୱାସନା ।।


ଏତିକି ଶିଖାଅ ଯେ ଭୁଲି ନ' ଯାଏ ମୁଁ 

ତୁମ ଇଚ୍ଛାରେ ଜାତ ଏ ଜୀବନ

ଆଦରି ନେଇ ପ୍ରତିଟି ସଂକ୍ଷିପ୍ତ ପଦକ୍ଷେପ 

ହସ ଫୁଲରେ ଭରିଯାଉ ଏ କାନନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action