STORYMIRROR

Debabrata Mishra

Abstract Action Classics

3  

Debabrata Mishra

Abstract Action Classics

ଗୁହାରି ଶୁଣ

ଗୁହାରି ଶୁଣ

1 min
127

ତୁମଦ୍ୱାରା ସର୍ଜିତ ମାନବ ତୁମେ ଜଗତ କାରଣ

ଜନମ ତୁମ ଆଜ୍ଞାରେ ତୁମେ ହିଁ ମରଣ କାରଣ ।


କାହାକୁ କହିନପାରି ତୁମରି ପାଶେ ଲୁହ ଢାଳେ

ତୁମେ କ୍ଷଣିକେ ହସାଇପାର ଦୁଃଖ କରି ହରଣ ।


ପରିଷ୍କାର କର ପଥ ଭ୍ରମେ ପଡ଼ିଛି ମଣିଷ ମନ

ଗୁହାରୀ ଶୁଣ ହେ ଜଗନ୍ନାଥ ବିଶ୍ୱର ଭଗବାନ ।


ଅଭିମାନ, ଅଳି ଓ ଅର୍ଦ୍ଦଳି ଛୁଏଁ ତୁମରି ଚରଣ

ଦୂରକର ବିକର୍ଷଣ ଏମନକୁ ଟିକିଏ ହେ ଟାଣ ।


ତୁମଠାରୁ ମୁଁ ଏ ଶରୀରେ ତୁମେ ହିଁ ବିଦ୍ୟମାନ

ତୁମେ ଶାସ୍ତ୍ର-ଶସ୍ତ୍ର ପ୍ରଭୁ ଆଧ୍ଯାତ୍ମିକ ଠାରୁ ବିଜ୍ଞାନ ।


ଦୂରକରି ସଂଶୟ ଦ୍ୱନ୍ଦ ଏ ଆତ୍ମାର କଥା ଶୁଣ

ଗୁହାରୀ ଟିକିଏ ଶୁଣ ଚକାଆଖିଆ ଦେଇ କର୍ଣ୍ଣ ।


ତୁମେ ଆକାର, ନିରାକାର କରିଛ ଧରା ଧାରଣ

କ୍ଷଣେ କ୍ଷଣେ ବଦଳେ ଜୀବନ ଭାଙ୍ଗଇ ସପନ ।


ଏ ମନର ଗଛିତ ଲୁହ ଛାତି ଭର୍ତ୍ତି କୋହ ଜାଣ

ତୁମେ ଈଶ୍ବର ସତ୍ୟ, ବାସ୍ତବ ତୁମେ ହିଁ ପ୍ରମାଣ ।


ଅନ୍ତଃର ହୃଦୟ କଥା କହୁଛି ଅଧମ ପ୍ରତି କ୍ଷଣ

ଗୁହାରି ଶୁଣ ଭଗବାନ ଗୁହାରୀ କହୁଛି ଶୁଣ ।


Rate this content
Log in

Similar oriya poem from Abstract