STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଗୁହାରି ଶୁଣ ଟି ମାଁ

ଗୁହାରି ଶୁଣ ଟି ମାଁ

1 min
496

ମାତେ ଗଜଲକ୍ଷ୍ମୀ ଗୁହାରି ଶୁଣହେ କର ସଙ୍କଟରୁ ପାର,

ଆତଙ୍କବାଦୀଙ୍କ ତାଣ୍ଡବ ରାଷ୍ଟ୍ରରୁ ଦୟାକରି ଦୂରକର।


ରାଷ୍ଟ୍ରର ମଙ୍ଗଳ କର ଗଜଲକ୍ଷ୍ମୀ ବିଜୟ ଆଶିଷ କର,

ସବୁକ୍ଷେତ୍ରେ କର ରାଷ୍ଟ୍ରକୁ ବିଜୟ ନିତ୍ୟେ ଆଶିର୍ବାଦ କର।


ତୁହି ହିଁ ଜନନୀ ତୁହି ଅର୍ଣ୍ଣପୂର୍ଣ୍ଣା ତୁହି ହିଁ ସୃଷ୍ଟିର ମୂଳ,

ହେଉ ଶୁଭମୟ ପବିତ୍ର ଧରଣୀ କର୍ମପଥ କର ମୂଳ।


ହସି ଉଠୁ ଥରେ ବିଶାଳ ଭାରତ ବିଶ୍ବ ଗୁରୁ କର ରାଷ୍ଟ୍ର,

ଶତ୍ରୁଙ୍କର ଦର୍ପ ବିନାଶ କରହେ ନିରାପଦେ ରହୁ ରାଷ୍ଟ୍ର।


ଦେଶ ଶତ୍ରୁଙ୍କର କୁଚକ୍ର କାମନା ଶେଷ କରି ଦିଅ ମାତେ,

ଆତ୍ମନିର୍ଭରଟି କର ଏ ଦେଶକୁ କର ଆଶିର୍ବାଦ ନିତ୍ୟେ।


ଆତ୍ମବିଶ୍ବାସକୁ କର ଶକ୍ତିଶାଳୀ କର୍ମପଥେ ମାର୍ଗ କର,

ସତ୍ୟପଥେ ହେଉ କାର୍ଯ୍ୟ ନିରନ୍ତର ଧର୍ମକାର୍ଯ୍ୟେ ପଥକର।


ପ୍ରଭୁଙ୍କର ପଦେ ଭକ୍ତି ରହୁ ନିତ୍ୟେ ରାଷ୍ଟ୍ର କାର୍ଯ୍ୟେ ରହୁ ମନ,

ଜନତା କଲ୍ୟାଣେ ଉନ୍ନତିର ମାର୍ଗ ଦିଅ ମାତେ ଜନଜନ।


ଦେଶର ଗୌରବ ଗୁଞ୍ଜୁ ଥାଉ ବିଶ୍ବେ କର ଶକ୍ତିଶାଳୀ ଜନେ,

ବିଜୟର ଗାଥା ଲେଖୁ ଥାଉ ରାଷ୍ଟ୍ର ଧର୍ମର ପ୍ରସାର ମନେ।


ଦେଶର ସଂସ୍କୃତି ସୁରକ୍ଷିତ ହେଉ ଅହିଂସାର ମନ୍ତ୍ର ହେଉ,

ଗଜଲକ୍ଷ୍ମୀ ମାତେ ସୁଦୟା କରିବେ ତାଙ୍କ ଆଶିର୍ବାଦ ହେଉ।


ମାତେ ଗଜଲକ୍ଷ୍ମୀ ଗୁହାରି ଶୁଣହେ କର ସଙ୍କଟରୁ ପାର,

ଆତଙ୍କବାଦୀଙ୍କ ତାଣ୍ଡବ ରାଷ୍ଟ୍ରରୁ ଦୟାକରି ଦୂରକର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract