STORYMIRROR

Debadatta Jena

Abstract Romance Tragedy

4.0  

Debadatta Jena

Abstract Romance Tragedy

ଗତିପଥ..

ଗତିପଥ..

1 min
303


ଅନ୍ତରଙ୍ଗ ନ ହେଲା ତ ନାଇଁ,

କିଛି ତ ଆନ୍ତରିକତା ଥିଲା,

ତୋର ମୋର ସେ ଅପହଞ୍ଚ

ମୁହୂର୍ତ୍ତ ମାନଙ୍କର ପହଂଚ

ଅତ୍ମୀୟତାରେ,

ଅନାବିଳ ନ ହେଲେ ଵି ନାଇଁ,

ଆବିଳତାର ଚିହ୍ନ ନ ଥିଲା,

ଆମର ସେ ଅନିର୍ଦ୍ଧିଷ୍ଟ ଅପେକ୍ଷା

ମାନଙ୍କର ଅନ୍ତଃକରଣ ଓ 

ଆତ୍ମ ସଂଯମତାରେ..!.


କେମିତି ରୁନ୍ଧି ପାରିଥାନ୍ତି ସେ

ନିରୁଦ୍ଧିଷ୍ଟ ମୁହୂର୍ତ୍ତ ମାନଙ୍କୁ,

ଆଉ କେମିତି ଭୂଲି ପାରିଥାନ୍ତି

ସେ ଆହତ ଅପେକ୍ଷା ମାନଙ୍କୁ

ଅନାହତ ପ୍ରତିଶୃତିରେ,

ଏଠି କୁଢ କୁଢ ଭଗ୍ନାଂଶ

ମାନଙ୍କର ଗଣ୍ଡି ଭିତରେ

ଅସରନ୍ତି ଅକ୍ଷାଂଶ ଓ ଦ୍ରାଘିମା,

ଆମ ସୁକ୍ଷ୍ମ ପରିଧି ଭିତରେ 

କେମିତି ମୁଁ ଖୋଜି ପାରିଥାନ୍ତି

ମକର କ୍ରାନ୍ତି ଓ କର୍କଟ କ୍ରାନ୍ତିର

ସମାବର୍ତନକୁ,ଅନିୟନ୍ତ୍ରିତ 

ଏ ମହା ବିଷୁବ କ୍ରାନ୍ତିରେ..!


ମୁଁ ଉତ୍ତର ମେରୁରେ ନୀରବ,

ଆଉ ତୁ ଦକ୍ଷିଣରେ ନିଃଶ୍ଚଳ,

ସୁ ମେରୁ ଓ କୁମେରୁ ଗୋଲାର୍ଦ୍ଧର

ସେ ଅସମ୍ଭବ ଅବଶିଷ୍ଟାଂଶ କ'ଣ

କେବଳ ଆବର୍ତ୍ତନ,ପରିକ୍ରମଣ

ନାଁ ଘୁର୍ଣ୍ଣନ,ଖାଲି ଅବଚଳନ

ଓ ଅଲଂଘ୍ୟ ଭୂଚଳନର 

ସ୍ୱୟଂକ୍ରୀୟ ଗତିପଥ..!


Rate this content
Log in

Similar oriya poem from Abstract