ଗରଜିଲା ମେଘ ବରଷେ ନାହିଁ
ଗରଜିଲା ମେଘ ବରଷେ ନାହିଁ
ଅଜା ଡାକିଲେ, କେଉଁଠି ଅଛ, ଆସ
ସବୁ ପିଲାମାନେ ଆସରେ
ସଞ୍ଜ ଗଡ଼ି ଗଲାଣି କାହିଁ ଅଛ, ତୁମକୁ
ସବୁ ମୁଁ ଖୋଜୁଛିରେ ।
ଛପି ଥିଲେ ସବୁ ପିଲାମାନେ ହୋଇ
ଗଲେ ଅଜା ପାଖରେ ଏକାଠି
କୁହ କୁହ ଅଜା ଆମକୁ ନୀତି କଥା,
ମନ ଆମର ପରା ସେଇଠି ।
ଅଜା ଆନନ୍ଦରେ ହସି ଦେଲେ ତାଂକ
ପାକୁଆ ପାଟିକୁ ମେଲେଇ
ଆଜି ସାର ତତ୍ତ୍ୱ କହୁଛି, ଶୁଣ ମୋର
ବାଣୀ ଧୀର ସ୍ଥିରେ ଚୁପ୍ ହୋଇ ।
ଜଳକୁ ଖୋଜୁଛେ ଆମେ, ଜାଣ ସମସ୍ତେ
ଜଳ ଗହଳେ ସବୁ ନାଶ
ଏହା ବି ସତ୍ୟ ଅଟଇ ଜଳ ବିହୁନେ ବି
ସଂସାରର ହୁଏ ସର୍ବନାଶ ।
ଜଂଗଲ କାଟିଲେ, ଲଗାଣ ବର୍ଷାରେ ବେହାଲ
ତ ଆମେ ହେଲେଣି
ଦୋଷ ଆମର, କାହାକୁ ଦେବା ଦୋଷ, ସମୁଦ୍ର
ଜୁଆର ମାଡି ଆସିଲାଣି ।
ମଥୁରାରେ ଜନମି ଗୋପରେ ବଢ଼ିଲେ
ସେହି ବ୍ରଜବିହାରୀ
ଇନ୍ଦ୍ର ଗରବ ଗଞ୍ଜିଲେ ନନ୍ଦସୁତ ଟେକି
ଗୋବର୍ଦ୍ଧନ ଗିରି ।
ସେହିପରି ତୁମେ ପିଲା ମାନେ ଆମ
ଦେଶ ପାଇଁ କାମ କରିବ
ପ୍ରତିଦିନ ପିଲାମାନେ ହୋଇ ସଙ୍ଗ
ଜଙ୍ଗଲର ସୁରକ୍ଷା କରିବ ।
କର୍ମ ଓ ବାଣୀ ତଫାତ ଅନେକ, ଗରଜିଲା
ମେଘ ବରଷେ ନାହିଁ
ବିଶ୍ଵର ମଙ୍ଗଳ ହିତେ, ନର କାମ ନକରି
କୌଣସି ବଚନ ଦିଏ ନାହିଁ ।
ତେବେ ଶପଥ ନିଅ ଭବିଷ୍ୟତରେ ତୁମେ
ରଖିଯିବ ଯଶ ଏ ମହୀରେ
ଚାଟ ଘର ଛୁଆ ଚାଟ, ଭାଟ ଛୁଆ ଭାଟ,
ନୁହେଁ ବାକ୍ୟ ଚାତୁରୀରେ ।
ଉଚ୍ଚ ହେବା ପାଇଁ ଯେବେ ପିଲାମାନେ
ତୁମେ କରୁ ଥାଅ ଆଶା
ନିଜ ଜିହ୍ୱା ନଛେଦି ଶିଖ, ଲେଖ ଓ କୁହ
ନିଜର ଓଡିଆ ଭାଷା ।
ମାଗି ଆଣିଲା ତିଅଣ ସୋଡ଼କାଏ, ତେଣୁ
ଟଙ୍କିକିଆ ଚାଉଳକୁ ନକର ନିର୍ଭର
ବାପଧନରୁ ଆଣି ଦେଉଥିବା ମନୋବୃତ୍ତିର
ନେତାମାନଙ୍କୁ ବର୍ଜନ କର ।
ଆମେ ଓଡ଼ିଆ ଭାରି ବଢ଼ିଆ, ନିଜ ଦେଶ
ପାଇଁ ପାଠ ପଢ଼ ମନ ଦେଇ
ନଭୁଲିଲେ ଏ କଥାଟି, ଦେଶର ଯଶ ରଖି
ଭଲ ଚାଟ ହୋଇ ପାରିବ ଯାଇ ।
ବଣ ପାହାଡ଼ର କୋଳରେ ତାଳପତ୍ରରେ ଲେଖି
ଛନ୍ତି ମୁନିଋଷି ମାନେ ବହୁତ ନଥି
କେତେ ଉପଦେଶ ନୀତି ଶ୍ଳୋକ ଶାସ୍ତ୍ର, ପଢ଼ିବ
ପିଲାଏ ତାହା ଆମର ପାଇଁ ଅମୂଲ୍ୟ ସ୍ମୃତି ।