Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Inspirational

3  

Sukadev Mahanta

Abstract Inspirational

ଗ୍ରୀଷ୍ମଋତୁ

ଗ୍ରୀଷ୍ମଋତୁ

2 mins
203



ଗ୍ରୀଷମ ଆସିଛି      ଏ ଧରା ଧାମକୁ

       ବରଷକ ପରେ ପୁଣି

ଷଡ ଋତୁ ମଧ୍ୟେ       ଦାରୁଣ ନିଦାଘ

       ତା' ପ୍ରକୋପ ରଚିଲାଣି ||

ବୃକ୍ଷରାଜି କ୍ରମେ     ନବ ପଲ୍ଲବରେ

     ହୋଇଲେଣି ପଲ୍ଲବିତ 

ଲଣ୍ଡା ବୃକ୍ଷରାଜି    ସବୁଜ ରଙ୍ଗର

    ଶାଢୀ ପିନ୍ଧି ସୁସଜ୍ଜିତ ||

ଋତୁସ୍ନାତା ସର୍ବ    ତରୁଲତା ସତେ

    କରିବେ ଗର୍ଭ ଧାରଣ

ଯାହା କାଳ କ୍ରମେ   ଫୁଲ ଫଳ ରୂପେ

    ତୋଷିବେ ସକଳ ଜନ ||

ଆମକସି କ୍ରମେ   ବଡ ହୋଇଲାଣି

     ହେଲାଣି ତହିଁ କୋଇଲି

ତରୁ ଡାଳେ ବସି      ସେ ବାରତା ଦିଏ

      କୁହୁ ତାନରେ କୋଇଲି ||

କାଜୁ ଉଦ୍ୟାନରେ      କାଜୁ ଫଳ ସାଜେ

      ନାଲି ହଳଦିଆ ବେଶ

ତୋଳିଆଣି ତାର      ରସ ଆସ୍ବାଦନେ

     ଲାଗଇ କେଡେ ସରସ!!  

ରାଜରାସ୍ତା ଧାରେ     କୃଷ୍ଣ ଚୂଡା ବୃକ୍ଷ

      ଉଡାଇ  ନାଲି ଓଢଣୀ

ଝାଞ୍ଜି ପବନରେ     ଝୁଲି ଝୁଲି ଦେଖ

     ଜନମନ  ହରିଲାଣି ||

ତଡାଗ ତଟିନୀ     ଶୁଷ୍କ ହୋଇଲାଣି

     ଜଳକଷ୍ଟ  ହୁଏ ଭାରି

ନିର୍ମଳ ଆକାଶେ    ଦିନନାଥ ଢାଳେ

      ହୁତାଶନ ତାପ ବାରି ||

ଗିରି ବନ ଦେଶ     କରେ ମୁଖରିତ

      ନାନା ପକ୍ଷୀଙ୍କ କାକଳି

ତରୁ ଡାଳେ ବସି      ଆତପ ସନ୍ତାପ

       ଦେଉଛନ୍ତି ସର୍ବେ ଟାଳି ||

ଦ୍ରୁତଗାମୀ ହୁଏ     ପାରଦକୁ ଦେଖ

     ତାପମାନ ଯନ୍ତ୍ର ମଧ୍ୟେ

ତାର ମନ ସ୍ଥିର     ରହୁନାହିଁ ବୋଧେ

     ଆତପ ସନ୍ତାପ ମଧ୍ୟେ ||

ହୂତାଶନ ସମ      ରୌଦ୍ର ତାପ ଭୟେ

     ବିଦ୍ୟାଳୟେ  ଗ୍ରୀଷ୍ମ ଛୁଟି 

ବୃକ୍ଷ ଛାୟାତଳେ    ଗାଉଁଲୀ ଟୋକାଙ୍କ

    ତାସ୍ ଖେଳ ଗୁଲି ଖଟି ||

ବେଲପଣା ତାଳ     ସଜ ତରଭୁଜ

     ଦହିବରା ବଣ୍ଟାବଣ୍ଟି

ଖିଲି ପାନଖିଆ   ଖଇନି ଖିଆରେ  

    ଚାଲେ ତାସ୍ ଫେଣ୍ଟା ଫେଣ୍ଟି |

 ଅଶୋକାଷ୍ଚମୀର    ଶୁଭ ଅବସରେ

     ଗଡଇ ଋକୁଣା ରଥ

ପ୍ରଭୁ ଲିଙ୍ଗରାଜ    ରଥେ ବିଜେ ଦେଖା

      ପୂର୍ଣ୍ଣ ହୁଏ ମନୋରଥ||

ଶ୍ରୀରାମ ନବମୀ   ପବିତ୍ର ତିଥିରେ

    ଶ୍ରୀରାମଙ୍କ ଆରାଧନା

ତାଙ୍କ ଆଶିର୍ବାଦ    ଲଭିବା ସକଳେୃ

      ହେବାନାହିଁ ଆନମନା ||

ଅକ୍ଷୟ ତୃତୀୟା    ତିଥିରେ କରିବା

     ଅକ୍ଷିମୁଠି ଅନୁକୂଳ

ବିଲରେ ସଭିଏଁ    ଧାନ ବୁଣିଦେବା

     ହସିବ ସୁନା ଫସଲ||

ରଥ ଗଡାଠାରେ     ରଥ କାଠ ପୂଜି

      ରଥ ଗଢା ଅନୁକୂଳ

ଆଷାଢ ମାସର     ଗୁଣ୍ଡିଚା ତିଥିକୁ

     ରଥ ଡଉଲଡାଉଲ ||

ବୈଶାଖ ପୂର୍ଣ୍ଣିମା   ତିଥିରେ ବୁଦ୍ଧଙ୍କ  

     ଆଶିର୍ବାଦ ଲାଭ କରି

ଦୟା କ୍ଷମା ଶାନ୍ତି    ପ୍ରୀତି ମୈତ୍ରୀ ଭାବ

      ହୃଦୟେ ନେବା ଆଦରି ||

ଜୀବନ ପଥରେ   ଯେତେ ଝଡ ଝଞ୍ଜା

      ସକଳେ ନେବା ଆଦରି

କାଳ ବୈଶାଖୀର   ତାଣ୍ଡବକୁ ମୋଟେ

       ଯିବାନାହିଁ ଆମେ ଡରି ||

ପ୍ରଭୁ ଜଗନ୍ନାଥ    ଚନ୍ଦନ ଯାତରା

      ବୈଶାଖ ପୂର୍ଣ୍ଣିମା ଦିନ

ଚାପ ଖେଳୁଥା'ନ୍ତି    ଚଳନ୍ତି ପ୍ରତିମା

      ପ୍ରଭୁ ମଦନ ମୋହନ||

 ଜ୍ୟେଷ୍ଠ ମାସ ଖରା    କରେ ଦରମରା

       ବଢାଇ ଦିଏ ଜଞ୍ଜାଳ  

ବରଗଛ ତଳ       ବାମ୍ଫୀର ଜୀବନ

      ଲାଗଇ ଅତି ଶୀତଳ||

ପାଚିଲା ପଣସ     ପାଚିଲା ଆମ୍ବର

     ସ୍ବାଦ ଅନୁଭବ କରି

ଗ୍ରୀଷମ କାଳର     ଆତପ ସନ୍ତାପ

     ଦେବାରେ ହେଳେ ପାସୋରି ||

ସାବିତ୍ରୀ ବ୍ରତର    ଶୁଭ ଅବସରେ

      ପତିବ୍ରତା ହିନ୍ଦୁ ନାରୀ

ସାବିତ୍ରୀଙ୍କୁ ପୂଜି   ସ୍ବାମୀର ଦୀର୍ଘାୟୂ

       ଲାଗି କରଇ ଗୁହାରୀ||

ସୂରୁଯ ତାପରେ    ଜଳ ବାଷ୍ପ ରୂପେ

      ମେଘର ପସରା ମେଲି

ରଜପରବକୁ      ବରଷା ରୂପରେ

     ଧରା ବକ୍ଷେ ଦିଏ ଢାଳି||

ତାପମାନ ଯନ୍ତ୍ର     ମଧ୍ୟେ ପାରଦର

       ଗ୍ରୀଷମେ ଅସ୍ଥିର ଗତି

ଦିନବେଳା ତା'ର    ଦ୍ରୁତ ଉର୍ଦ୍ଧ୍ବଗତି

      ସମ ତାଳେ ବଢେ ତାତି ||

ଧନିକ ଲଭଇ     ଶୀତଳୀକରଣ

     ଯନ୍ତ୍ରରୁ ଥଣ୍ଡା ପବନ

ଗରିବ ବାପୁଡା     ସାହା ବରଗଛ 

      ଆମ୍ବ ତୋଟାରେ ତା ଦିନ||  

ଆତପ ସନ୍ତାପ    ଦେଲେ ବି ନିଦାଘ

    ଅଟଇ କଲ୍ୟାଣ କାରୀ

ବରଷା ଋତୁର    ଆଗମନ ଲାଗି

    ତାର ଅବଦାନ ଭାରି ||

     

      


Rate this content
Log in

Similar oriya poem from Abstract