The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Kishore Nayak

Children

3  

Kishore Nayak

Children

ଗ୍ରୀଷ୍ମ

ଗ୍ରୀଷ୍ମ

1 min
502



ଆସିଲାଣି ଖରା 

ତାତିଲାଣି ଧରା 

ବହେ ଗିରିଷମ ଝାଞ୍ଜି l

ଦେହ ପାଇଁ ହିତ 

ପିଇବାରେ ମିତ 

ଦହି ତୋରାଣିର କାଞ୍ଜି ll

ହାତେ ଧରି ଛତା 

ପାଦେ ପିନ୍ଧି ଜୋତା 

ପାଣି ବୋତଲଟି ଧରି l

ନିଦାଘର ଦାଉ 

ଡର ନାହିଁ ଆଉ 

ପଦାକୁ ଗଲେ ବାହାରି ll

ଓଦା କପଡ଼ାକୁ 

ମୁଣ୍ଡେ ଥୋଇ ତାକୁ 

ପଦାକୁ ଯିବାକୁ ହେଲେ l

କଳା ଚଷମାକୁ 

ପିନ୍ଧିଲେ ଆଖିକୁ 

ଖରା କାଟିବନି ଭଲେ ll

ତରଭୁଜ ମିତ 

ଲେମ୍ବୁ ସରବତ 

ଦେହେ ଯୋଗାଇବ ବଳ l

ଥକା ଦୁର୍ବଳତା 

ବଢାଇବ ଚିନ୍ତା 

ଶରୀରେ କମିଲେ ଜଳ ll

ଘୋର ଗ୍ରୀଷ୍ମ କାଳେ 

ଧୁ ଧୁ ଖରା ବେଳେ 

ପଦାକୁ ବାହାର ନାହିଁ l

ରବି କିରଣରେ 

ପ୍ରଖର ତେଜରେ 

ଝାଳ ବହେ ସାଇଁ ସାଇଁ ll



Rate this content
Log in

Similar oriya poem from Children