Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Kanta

Abstract Children

4  

Chinmayee Kanta

Abstract Children

ଗ୍ରୀଷ୍ମ

ଗ୍ରୀଷ୍ମ

1 min
310



ଆମ୍ବ, ତେନ୍ତୁଳି, ଚାର, ଟୋଲ

ଖୋଜିବ ଯଦି ଭାଇ

ଗ୍ରୀଷ୍ମ ଋତୁକୁ ଅନେଇ ବସିଥ

ଆସିଲେ ପାଇବ ଜାଇ ।

ବଡ ଗଛ ଆଜି ପତ୍ରରେ ଘୋଡେଇ

ରଖିଛି ନିଜେ ନିଜକୁ

ଛାଇ ଦେଇ ସଦା ଖୁସି କରୁଅଛି

ଆସୁଛି ଯିଏ ପାଖକୁ ।

କୁଲର, ଫେନ୍, ଏସି ଭଳି ଦ୍ରବ୍ୟ

ଶୋଇ ପଡିଥିଲା ଦିନେ

ତାଙ୍କରି ବ୍ୟବହାର ଆଜି ଦେଖ

ଶାନ୍ତି ଦେଉଅଛି ସଭିଙ୍କ ଜୀବନେ ।

ବାସି ପଖାଳର ସ୍ଵାଦିଷ୍ଟ ଗୁଣକୁ

ପାଇବ ଏଇ ଖରା ମାସରେ

ଏକଜୁଟ ଆଜି ସାରା ପରିବାର

ଘର ଚାରିକାନ୍ଥ ମଝିରେ ।

ଯେତେ ଆସୁ ଖରା ଯେତେ ବିଡମ୍ବନା

ଏଠି ଗଢେ ନୂଆ ସମ୍ପର୍କ

ବିବାହ ବନ୍ଧନରେ ବାନ୍ଧି ହୋଇ ଜଣେ

ସାରି ତା ଜୀବନ ତର୍କ ।

ଆହା କି ଆନନ୍ଦ ଏହି ଋତୁ ମୋର

ଖୁସି ସଦା ଭରୁଅଛି

ଏକତାର ବାର୍ତ୍ତା ଭରି ଦେଇ ସିଏ

ନୂଆଁ ସଂସାର ଗଢ଼ୁଛି ।

କିଛି ପାଇବାକୁ ହେଲେ କିଛି ଦେବାକୁ ହୁଏ

ଜାଣିଛି ଆଜି ଦୁନିଆଁ

ଭୀଷଣ ଖରାରେ ସିଝିଲେ ସିଝିବୁ

ଲାଗିଯାଉ ପଛେ ନିଆଁ ।

ନିଜ କର୍ମ ଫଳ ନିଜକୁ ମିଳୁଛି 

ଗଛ ନାହିଁ ଆଉ କେଉଁଠି

ପରିବେଶ ଚିନ୍ତା କରିବା ନାହିଁ ହେଲେ

ମରୁଥିବା ସଭିଏଁ ଏମିତି ।



Rate this content
Log in

Similar oriya poem from Abstract