STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ଗ୍ରୀଷ୍ମ ଋତୁ

ଗ୍ରୀଷ୍ମ ଋତୁ

1 min
227


ଗ୍ରୀଷ୍ମ ଋତୁରେ ହିଁ ଖରାହିଁ ପ୍ରବଳ

ଦେହ ଭିଜି ଥାଏ ଝାଳେ,

ଅଜାଆଇ ପୁଣି ରାବ୍ ଦେଉ ଥାନ୍ତି

ବିଜୁଳି ନ ଥିଲେ ଝାଳେ।


ପୁଅଙ୍କୁ କୁହନ୍ତି ଟେଲିଫୋନ କର

ବିଜୁଳି ବାଲାଙ୍କୁ ଶୀଘ୍ର,

ଦୁଇ ଘଣ୍ଟା ହେଲା ବିଜୁଳି ଆସୁନୀ

କର ଟେଲିଫୋନ ଶୀଘ୍ର।


ନାତୀ ନାତୁଣୀ ସେ ହସି ଉଠୁଥାନ୍ତି

ଅଜାଆଇ କଥା ଶୁଣି,

ବିଜୁଳି ବିଭାଗ ଆମ୍ଭର କି ଅଟେ

ଆସିବଟି କଥା ଶୁଣି।


ରୌଦ୍ରଖରା ସଙ୍ଗେ ପ୍ରଖର ବର୍ଷାଟି

ମାଡ଼ି ଆସୁ ଥାଏ ପୁଣି,

ଘଡଘଡି ସଙ୍ଗେ ପ୍ରଚଣ୍ଡ ବିଜୁଳି

କୁଆ ପଥର ହିଁ ପୁଣି।


ବର୍ଷା ସରି ଗଲେ ଶିତଳ ପବନ

ଧୀରେ ଧୀରେ ବହି ଆସେ,

ଅଜାଆଇ ପୁଣି ଖୁସିରେ ନାଚନ୍ତି 

ଖୁସିର ଚେହେରା ଦିଶେ।


ଗ୍ରୀଷ୍ମ ଋତୁର ହିଁ ଖରାହିଁ ପ୍ରବଳ

ଦେହ ଭିଜୁ ଥାଏ ଝାଳେ

ଅଜାଆଇ ପୁଣି ରାବ୍ ଦେଉ ଥାନ୍ତି

ବିଜୁଳି ନ ଥିଲେ ଝାଳେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational