ଗ୍ରୀଷ୍ମ ର ପ୍ରଖରତା
ଗ୍ରୀଷ୍ମ ର ପ୍ରଖରତା
ରକ୍ତ ମୂଖା ରବି ,
ଅଗ୍ନି ଉଦ୍ଗାରେ
ଉତ୍ତପ୍ତ ଧରଣୀ,
ତପ୍ତ ଗଗନ
ଶୁଷ୍କ ଏ କ୍ଷେତପରେ ।
ସବୁଜିମାରିକ୍ତ ବନାନୀ,
ଅସ୍ତିତ୍ବ ହରା ତଟିନୀ
କାଳବୈଶାଖୀର ତାଣ୍ଡବ
ଦୃଶ୍ୟ ଏ ଧରାପରେ
ଊବୃକ୍ଷଡାଳେ ଝାଉଁଳେ କପୋତୀ
ହାହାକାର ଚଉଦିଗେ ଜଳବିନା ପ୍ରାଣୀ
ମରିଚିକା ଡାକି ଡାକି ନିଏ
ସୁଦୂର ସେଇ ମରୁପରେ ।
ଗ୍ରୀଷ୍ମର ପ୍ରଖରତା
ଜ୍ବାଳାମୁଖୀ ସ୍ବରୂପ
ନୂତନତାର ସୃଷ୍ଟି ପୁଣି
କେତେ ଯେ ବିନାଶ ପରେ !