STORYMIRROR

#all in one adii

Abstract

3  

#all in one adii

Abstract

ଗରୀବର ଜୀବନ କାହାଣୀ

ଗରୀବର ଜୀବନ କାହାଣୀ

2 mins
233

ଜନମିନି କେହି ,ଗରିବ ହୋଇକି

ଅବା ଧନୀ ହେବା ଆଶେ

ଭାଗ୍ୟଫଳ, କର୍ମ ଅନୁସାରେ ଫଳ

ମିଳଇ ତ ତା' ବିଶେଷେ।

କିଏ ଜାଣିଥାଏ, ଜନମ ସେ ହୋଇ

ଧନୀ ଶ୍ରେଷ୍ଠ ବୋଲାଇବ

କିଏ ଅବା ଜାଣେ ତା'ଭାଗ୍ୟା କାଶରେ

ଧୂମକେତୁ ହିଁ ଉଇଁବ।

ଏହା ଜଣାକଥା 'ଗରିବ ଜନର

ଜନମଟା ହୀନିମାନ

ନଥାଏ ତାହାଠି ମାନ ସନମାନ

ନଥାଏ ତ ଅଭିମାନ।

ଯାହା କରେ ବାଂଛା ଘର ପରିବାରେ

ସୁଖ ଟିକେ ଆଣିଦେବ

ତା'ର ବିପରୀତ ବିଚରା ଭୋଗଇ

ଅର୍ଥ ହିଁ ବାଧକ ହେବ।

ଆଖି ନାହିଁ ନିଦ ପେଟେ ନାହିଁ ଭୋକ

କାହୁଁ ଦାନା ଯୋଗାଡିବ।

ସକାଳ ହେଲେତ କାମ ପାଇଟିରେ

ଅର୍ଥ କେତେ ଉପାର୍ଜିବ।

ଯେବେ ପୂଜା ପର୍ବ ଆସଇ ମାସରେ

ପୁଅ ଝିଅ ମନକଥା-

ରଖିନ ପାରିକି ମନ ଛଟପଟ

ଚାପିଦେଇ ହୃଦେ ବ୍ୟଥା।

ଦୁଃଖର ବାଦଲ ପିଛା ଛାଡେ ନାହିଁ

ଗରିବ ଜନ ଆକାଶେ

ଖାଦ୍ୟ ଗୃହ ବାସ ସଜାଡୁ ସଜାଡୁ

ବୃଦ୍ଧ ହୁଏ ଅବଶେଷେ।

ନାନା ରୋଗ ବ୍ୟାଧି ତା ଭାଗ୍ୟରେ ଲେଖା

ଭୋଗିବ ସେହି ବିଚରା।

ଭାଇ ବନ୍ଧୁ ସାଙ୍ଗ ଆଡ କରିଦେଇ

କରଯାନ୍ତି ନିଆଶରା।

ଆଖିର ଲୁହଟି ଚିର ସହଚର

କେବେ ଧୋକା ଦିଏ ନାହିଁ

ଦୁଃଖର ନିଦାଘ ସହୁଥିଲେ ସୁଦ୍ଧା

ଶ୍ରାବଣ ପରି ଝରଇ।

ଗରିବ ଜୀବନ ଗାଥା ଗାଉଥିଲେ

ସରିବନି ଜମା ଭାଇ

କରୁଣ କଷଣ ଦୁଃଖ ଘୋର ଘନ

ସହି ସହି ସେ ମରଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

Similar oriya poem from Abstract