STORYMIRROR

Gadadhar Sahoo

Tragedy Inspirational

3  

Gadadhar Sahoo

Tragedy Inspirational

ଗରୀବ

ଗରୀବ

1 min
344


ଜନମ ବେଳରେ

ସଭିଏ ଲଙ୍ଗଳା

ଗରୀବ କହିବା

କାହାକୁ କୁହ ।


ଭଲ ନ ପିନ୍ଧିଲେ

ଭଲ ନ ଖାଇଲେ

ତାକୁ ହିଁ ଗରୀବ

କାହିଁକି କୁହ ?


ଯେ ଭଲ ଖାଉଛି

ଯେ ଭଲ ପିନ୍ଧୁଛି

ତଣ୍ଟି ନ ଚିପିଛି

କାହାର କୁହ ?


ଯେ ଠକି ପାରୁଛି

ଯେ ଚୋରି କରୁଛି

ସେ ଭଲରେ ଅଛି

କାହିଁକି କୁହ ।


ଆଜି ଯେ ଗରୀବ

ଖଟି ସେ ମରୁଛି

ତା ଧନ ଖାଇଛି

କିଏ ସେ କୁହ ।


କେ ଧନେ ଗରୀବ

କେ ମନେ ଗରୀବ

ଗରୀବର ଭାବ

ଭାରି ଗଭୀର ।


ଆଖି ଦେଖା ଠାରୁ

ଅଦୃଶ୍ୟ ଗରୀବ

ବନ୍ଧା ପଡିଗଲେ

ସବୁ ସରିବ ।


Rate this content
Log in

Similar oriya poem from Tragedy