Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Nayak

Tragedy Others

3  

Santosh Kumar Nayak

Tragedy Others

ଗରିବର ସ୍ଵପ୍ନ

ଗରିବର ସ୍ଵପ୍ନ

1 min
39



ଗରିବର ସ୍ଵପ୍ନ ସବୁ ବାଟବଣା ହେଇ

ଏଣେତେଣେ ଘୁରିବୁଲେ 

କେବେ ପଖାଳ କଂସା ରେ

କେବେ ଲୁଣ ମରିଚରେ

ଆଉ କେବେ ଭୋକିଲା ପେଟରେ

ହଜିଯାଏ ସ୍ଵପ୍ନ ର ଠିକଣା।

ହଜିଥିବା ଠିକଣାକୁ ପୁଣି ଖୋଜିବାକୁ

ଗରିବ ଆଶ୍ରୟ ନିଏ

କେବେ ଭଙ୍ଗା ସାଇକେଲ ର

କେବେ ରିକ୍ସା ଗାଡିର 

ତ ପୁଣି କେବେ ପୁଙ୍ଗୁଳା ପାଦର।

ଅନେକ ପଥ ଗଲା ପରେ

ଲାଗେ ସତେ ଯେମିତି

ମିଳିଛି ହଜିବା ଠିକଣା

କେବେ ସରକାରୀ ଯୋଜନାରେ 

କେବେ ସୋସିଆଲ ମିଡିଆରେ 

ଆଉ କେବେ ସାମାଜିକ କର୍ମୀଙ୍କ

ସେଲ୍ଫି ଫୋଟରେ ।

ଶେଷରେ ଜଣାପଡ଼େ

ମିଳିଥିବା ଠିକଣାଟି

ସ୍ଵପ୍ନର ନୁହଁ ବରଂ

ଆଉ କାହାର ।


Rate this content
Log in

Similar oriya poem from Tragedy