Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Mohapatra

Inspirational Tragedy

3  

Prabhas Mohapatra

Inspirational Tragedy

ଗରିବ ନର

ଗରିବ ନର

1 min
367


ଦୁଃଖରେ ଯାହାର, କଟେ ଦିନ ବାର

ଖାଏ ଓଳିଏ ଆହାର

ଧନ ନାହିଁ ବୋଲି , ନଚାହିଁ ଯେ ଚାଲି

ଯାଆନ୍ତି ସଭିଏଁ ଦୂର

କଣ ଗରିବ ବୋଲି ସେ ନର ll୧


ଲୋକ ଯେ ନିଜର ,ହୁଏ ସାତ ପର

ଅର୍ଥ ନାହିଁ ବୋଲି ତାର

ନ ପାରେ ପରଷି , ବୋଲି ଛେନା, ଲସି

ନ ଖାଆନ୍ତି ଗୃହେ ତାର

କଣ ଗରିବ ବୋଲି ସେ ନର ll୨


ନିର୍ଧନୀ ବୋଲି ସେ ,ପାରେନା ଦେଇସେ

ବଡ଼ ଲୋକଙ୍କୁ ଉତ୍ତର

କହିଲେ ବି ଯେତେ, କଟୁ କଥା ଯେତେ

ନଇଁ ଶୁଣେ ଶିର ତାର

କଣ ଗରିବ ବୋଲି ସେ ନର ll୩


ନାହିଁ ବୋଲି ଧନ, କରନ୍ତି ଯେ ଜନ

ତାଙ୍କୁ ଦୁରୁ ବ୍ୟବହାର

ତେଲିଆ ମୁଣ୍ଡରେ, ମାରନ୍ତି ତେଲରେ

ନଥାଏ ଦରଦ କାର

କଣ ଗରିବ ବୋଲି ସେ ନର ll୪


ସମ୍ବିଧାନେ ଅଛି, ଅଧିକାର ଅଛି

ସମାନ ଯେ ସଭିଙ୍କର

କାହିଁକି ତେବେ ଯେ ,ମିଳେନା ସହଜେ

ତାଙ୍କୁ ନାର୍ଯ୍ୟ ଅଧିକାର

କଣ ଗରିବ ବୋଲି ସେ ନର ll୫


ଲେଖା ହୋଇଅଛି ,ମାନହାନି କିଛି

ନ ପାରିବେ କରି କାର

ତାହାଲେ କାହିଁକି ,ଏମିତି ହେଉଛି

ମାନହାନି ବାର ବାର

କଣ ଗରିବ ବୋଲି ସେ ନର ll୬


ନାହିଁ କିଛି ବୋଲି, ସଭିଏଁ ଯେ ଖାଲି

କରିବେ ତାଙ୍କୁ ପ୍ରହାର

ଏପରି କରିବା ,ପାଇଁ ତାଙ୍କୁ ଅବା

କିଏ ଦେଲା ଅଧିକାର

କଣ ଗରିବ ବୋଲି ସେ ନର ll୭


ଅଛି ବୁଝିବାର, ସେ ଭାଇ ଆମର

ଧରିବା ହାତ ତାଙ୍କର

ହୀନ ଭାବନାକୁ ,କାଢି ବାହାରକୁ

କରିବା ତାଙ୍କୁ ନିଜର

"ବିଶ୍ଵ ଆମ ପରିବାର

ବିଶ୍ଵ ଆମ ପରିବାର"


Rate this content
Log in

Similar oriya poem from Inspirational