STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଗରିବ କୂଳରେ ଜନ୍ମିଛି

ଗରିବ କୂଳରେ ଜନ୍ମିଛି

1 min
329

ଧନୀ ପିଲାଟିଏ ପାଠ ପଢୁଥାଏ  

ବଡ଼ ହେଲେ ଚାକିରୀ କରିବ

ଚାକିରୀ କରିବ ଟଙ୍କା କମେଇବ

କୋଠା ବାଡ଼ି କରି ରହିବ.....


ଗରିବ ପିଲାଟି କାମକରି ବୁଲେ

କାମକରି ଟଙ୍କା ପାଇବ

ବଞ୍ଚିବା ପାଇଁ କି ଏଇ ଦୁନିଆଁରେ

ଦି ଓଳି ଦି ମୁଠା ଖାଇବ


ପେଟପାଇଁ ନାଟ ପେଟ ପାଇଁ ଥାଟ

ଏଇ ଦୁନିଆଁରେ ଚାଲିଛି

ପେଟ ପୋଷିବାକୁ ଏ ସାରା ସଂସାରେ

କିଏ କେଉଁ ବାଟ ଧରୁଛି,


କାହାକୁ ମିଳୁଛି ଘିଅ ଅମୁରୁତ

ପକାଡ଼ଳା କରି ଖାଉଛି

କାହାକୁ ମିଳୁନି ପଖାଳ ମୁଠାଏ

ଛଟପଟ ହୋଇ ସଢ଼ୁଛି,


ଜନମ ହୋଇଛି କିଏ ଭାଗ୍ୟ ନେଇ

ରାଜ ଉଆସରେ ରହୁଛି

କାହାର ଭାଗ୍ୟ ପୋଡିଯାଇଅଛି

ଗରିବ କୂଳରେ ଜନ୍ମିଛି,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational