STORYMIRROR

Trushna Das

Inspirational

3  

Trushna Das

Inspirational

ଗରିବ କୃଷକଟିଏ ମୁହିଁ

ଗରିବ କୃଷକଟିଏ ମୁହିଁ

1 min
207

ଗରିବ କୃଷକଟିଏ ମୁହିଁ

ସକାଳୁ ଉଠି ବିଲକୁ ଯାଏ ତତ୍ପର ହୋଇ 

ଭଲ ଭାବେ ବିଲକୁ ହଳ କରି

ଚାଷ କରିବା ପାଇଁ।। 


ଗରିବ କୃଷକଟିଏ ମୁହିଁ 

ଦିନ ଯାକ ଚାଷ କାମ କରି

ପୁଣି ଜଗି ଥାଏ ଫସଳକୁ ରାତି ରାତି 

ଉନ୍ନତ ଫସଲ ପାଇବା ପାଇଁ।। 


ଗରିବ କୃଷକଟିଏ ମୁହିଁ 

ଖରା, ବର୍ଷାକୁ ମୁଁ ଯାଏ ନାହିଁ ଡରି

ପ୍ରତିଦିନ ମୁଁ ଚାଷ କାମ କରି 

ନିଜ ଜୀବିକା ନିର୍ବାହ କରି ଥାଏ ନିତି।।

 

ଗରିବ କୃଷକଟିଏ ମୁହିଁ 

ପାଠ ଯେ ପଢି ନାହିଁ ବେଶୀ

ହେଲେ କୃଷି ବିଭାଗକୁ ମୁଁ ଯାଇ

ବସି ବୁଝେ ଚାଷ କାର୍ଯ୍ୟର ଆଧୁନିକ ଶୈଳୀ। 


ଗରିବ କୃଷକଟିଏ ମୁହିଁ 

ମୋ ପାଖେ ନାହିଁ ପଇସା ବେଶୀ

କଠିନ ପରିଶ୍ରମ କଲେ ଯାଇ 

ପଇସା ଟିକିଏ ପାଇ ଥାଏ ଘର ଚଳାଇବା ପାଇଁ।। 


ଗରିବ କୃଷକଟିଏ ମୁହଁ

ଲୋକେ ମୋତେ ଡାକନ୍ତି ଚାଷୀ ଭାଇ କହି

ମନରେ ସୃଷ୍ଟି ହୁଏ ଖୁସିର ଲହରୀ

ଲାଗନ୍ତି ସବୁ ନିଜର ପରି। 


ଗରିବ କୃଷକଟିଏ ମୁହିଁ 

ଏମିତି ବି ଦିନ ମୋ ଜୀବନେ ଆସିଛି 

ଯେ ମୋ ପାଖେ ବେଳେ ନ ଥାଏ ଖାଦ୍ୟ ଟିକେ ଖାଇବା ପାଇଁ 

ହେଲେ ମୋ ମନେ ନ ଥାଏ ଖେଦ ଟିକେ ବି 

କାରଣ ଶସ୍ୟ ମୁଁ ଉତ୍ପାଦନ କରି ଥାଏ କେତେ ଯେ ଲୋକଙ୍କ ପାଇଁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational