STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଗୃହଲକ୍ଷ୍ମୀ

ଗୃହଲକ୍ଷ୍ମୀ

1 min
187

ବୋହୁ ନୁହେଁ ତୁ ଆସିଛୁ ଗୃହ ଲକ୍ଷ୍ମୀ ହୋଇ

ରହିବୁ ଆମ ଘର କୂଳ ବଧୂ ହୋଇ

ତୋ ପାଇଁ ଏ ଘର ହସି ଉଠିବ

ତୁ ଥିଲେ ଆମର ଶାନ୍ତି ରହିବ

ତୁ ଆମର ସୁନା ବୋହୁ ହୋଇ ଆସିଛୁ

ଏ ଘର ଭଲ ମନ୍ଦ ତୁ ଏକା ଜାଣୁଛୁ

ଆମ ପୁଅକୁ ତୁ କରିଲୁ ନିଜର

ପୁଅର ମନକୁ ବୁଝିବୁ ଆମର

ତୁ ଆମ ବଂଶକୁ ଆଗକୁ ନେବୁ

ସଭିଙ୍କ ମନ ଜାଣି ତୁ ଚଳିବୁ

ଶାଶୁ ଶଶୁର ତୋ ମନ କଥା ବୁଝିବେ

ତୋତେ ଘର ଦାୟିତ୍ୱ ଦେଇ ମୁକ୍ତ ହୋଇବେ

ତୁ ଥିଲେ ଆଉ କିଛି ଲୋଡ଼ା ନାହିଁ ଆମର

ତୁ ଆମ ଗୃହ ଲକ୍ଷ୍ମୀ ତୋ ପାଇଁ ହସୁଛି

ସଂସାର

ତୁ ଥିଲେ ଧନ ବୈଭବ ଆସିବ

ସକଳ ଦୁଃଖ ଯାଇ ସୁଖ ଆସିବ

ଝିଅ ରୂପରେ ଆମେ ତୋତେ ପାଇଛୁ

ଆମ ଗୃହ ଲକ୍ଷ୍ମୀକୁ ପାଇ ଚିନ୍ତା ଛାଡିଛୁ

ତୁ ଆମ ଘରକୁ ସରଗ କରିବୁ

ଆମ ଗୃହ ଲକ୍ଷ୍ମୀ ହୋଇ ଶୋଭା ପାଇବୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational