Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Classics Inspirational

3  

Satyanarayan Sahoo

Romance Classics Inspirational

ଗୃହଲକ୍ଷ୍ମୀ

ଗୃହଲକ୍ଷ୍ମୀ

1 min
201


ନାରୀ ଅଟେ ‐ ଗୃହଲକ୍ଷ୍ମୀ ଗୃହ ହାନୀ ଲାଭ

ନାରୀ ବିନା ଆନ କେହି ବୁଝିକି ପାରିବ ।


ଯାହା ଯୋଗୁଁ ହୁଏ ଘର  ଶୋଭାର  ଆଗାର

ନିଜ ହାତେ କରେ ନିତି ସୁ‐ସୁନ୍ଦର ତର ।


ଚମକ ଓ ଚାକ ଚକ୍ଯେ ଉଲ୍ଲସାଏ ମନ

ସେବା ସୁଶ୍ରୂସାରେ ଚିର ରତ ରାତି ଦିନ ।


ଥାଇ ସେ ସବୁରୀ ପ୍ରାଣେ ମନେ ପ୍ରଫୁଲ୍ଲତା

ବୁଣି ଦିଏ ଅହ ରହ କେତେ ସରସତା ।


ରସର ମାଧୁର୍ଯ୍ଯେ ଯିଏ ସୁମଧୁର ହାସେ

ପ୍ରେରଣା ଦାୟକ ବାକ୍ଯ ମୁଖେ ନିତି ଭାଷେ ।


ପ୍ରତି ପରି ଜନେ ମଣେ ଅତି ଆପଣାର

ପ୍ରୀତିର ପିୟୁଷ ବୁଣି ସବୁରୀ ଅନ୍ତର ।


କିଣି ନିଏ ଭରି ଦିଏ କେତେ ସରସତା

ରସମୟୀ ପ୍ରୀତିମୟୀ ଆହ୍ଲାଦମୟୀତା ।


ଭାବର ପ୍ଲାବନେ ପ୍ରାଣେ ପ୍ରାଣେ ସୁସାହସ

ସଂଚାରି ସବୁରୀ  ମୁଖେ ଭରି ଥାଏ ହସ ।


ହସେ ରସେ ଦୂଶ୍ଯେ , ଭାଷେ , ସତତ ସନ୍ତୋଷେ

ସ୍ନେହ ମନ୍ଦାକିନୀ ଧାରେ ଅମୀୟ ବରଷେ ।


ଯାବତୀୟ  ଗୃହ କର୍ମେ ନାରୀ ହିଁ ନିପୁଣା

ନାନା ଚିତ୍ରେ ଓ ଝୋଟିରେ ସଜାଏ ଅଗଣା  ।


ପୂଜା ପାଠ ପରି ଯେତେ ପୂଣ୍ଯ ପୂତ କର୍ମ

ସବୁଠି ଅଗ୍ରଣୀ ସାଜେ  ନାରୀ ଯୋଗୁଁ ଧର୍ମ ।


ଯଶ ,ଧନ , ଗୋପ , ଲକ୍ଷ୍ମୀ ସୁଖ୍ଯାତି ଇତ୍ଯାଦି

ପ୍ରତି ଗୃହେ  ଯଥାର୍ଥରେ ଥାଏ ବୃଦ୍ଧି ପାଇ ।



Rate this content
Log in

Similar oriya poem from Romance