ଗୃହ ଲକ୍ଷ୍ମୀ
ଗୃହ ଲକ୍ଷ୍ମୀ
ଗୃହଲକ୍ଷ୍ମୀ ସେହି ମାଆ
ସନ୍ତାନର ହୋଇ ସାହା
କନ୍ୟା ରୂପେ ଜନ୍ମ ନେଇ
ସେବା ଯତ୍ନ କରି ଥାଇ
ଭଗିନୀ ରୂପେ ବାନ୍ଧି ରାକ୍ଷୀ
କାଳ କାଳ ରହେ ସାକ୍ଷୀ
ବଧୂ ରୂପେ କୂଳଲକ୍ଷ୍ମୀ
ସ୍ତ୍ରୀ ରୂପେ ଅର୍ଦ୍ଧାଙ୍ଗିନୀ
ମାଆର ରୂପେ ଆଶୀର୍ବାଦ
ସନ୍ତାନର ସଦା ମେରୁଦଣ୍ଡ
ଗୃହରେ ରହି କର୍ମ କରଇ ହିତ
ବଢ଼ଇ ମହତ ବଢେ ସାହିତ୍ୟ
ନାରୀ ଅଟେ ନାରାୟଣୀ
ଗୃଲକ୍ଷ୍ମୀ ପୁରାଣରେ ବୋଲାଇ
ଜଗତ ଜନନୀ ମାଆ ଲକ୍ଷ୍ମୀ
ସନ୍ତାନଦାତ୍ସଳା ପୂଜାପାଇ
ମାଆ ସ୍ୱର୍ଗୀୟ ଦାନ, କରିଥିଲେ ପୂଣ୍ୟ
ଜୀବନ ଧନ୍ୟ ବଢିବ ଯଶମାନ
କେତେ ରୂପ ତୋର ମାଆ
ତୋ ପଣତ ଛାଇ ସବୁରି ମୁଣ୍ଡେ ଥାଆ ।
