STORYMIRROR

Ashok Kumar Pradhan

Romance

2  

Ashok Kumar Pradhan

Romance

ଗୃହ ବନ୍ଦୀ - 6

ଗୃହ ବନ୍ଦୀ - 6

1 min
116

ଅଶୋକ ଜାଣେ ତୁମେ ଆସିବନି ଖାଲି ମେଞ୍ଚା ମେଞ୍ଚା ଯନ୍ତ୍ରଣା ଦେଉଥିବ--- ଗ୍ରୀଷ୍ମର ନିଦାଘ ପରି  ।। ତୁମ ପାଇଁ କଲମ ଧରିଛି, ପ୍ରେମ ଓ ବିରହର ସନେଟ୍ ଲେଖିବା ପାଇଁ ---- ଅଥଚ ଭାଷା ଖୋଜି ପାଏନା ।। ସତରେ ନ ହେଲେ ବି ସ୍ବପ୍ନରେ ଆସ ଥରେ, ମୋ ଜ୍ବାଳାକୁ ପ୍ରଶମିତ କରି ଆତ୍ମତୃପ୍ତି ଭରିଦିଅ----- ମୋ ହୃଦୟରେ   ।। ଯେତେ ଯା ହେଲେ ବି କିଏ କେବେ ପ୍ରଥମ ପ୍ରେମକୁ ଭୁଲି ପାରିନି ବା ଭୁଲି ପାରିବନି ନା ମୁଁ ନା ତମେ  ।। ଦିନ ପାଞ୍ଚଟା କେମିତି ବିତିଛି ମୁଁ ହିଁ ଜାଣେ, ମୋ ଭଲି ପ୍ରେମୀ ମାନଙ୍କର କି ଅବସ୍ଥା ? କିଏ କାହାକୁ ପଚାରେ ।। ତଥାପି ଟିକେ ଆଶା ଅଛି, ତମେ ଆସିବ ବୋଲି ଆଉ ବାଦଲ ଉହାଡୁ ଅଲାଜୁକୀ ଜହ୍ନ ପରି ----- ଫିକ୍ କିନା ହସି ଦେବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance