STORYMIRROR

Ashok Kumar Pradhan

Thriller

3  

Ashok Kumar Pradhan

Thriller

ଗୃହ ବନ୍ଦୀ - 16

ଗୃହ ବନ୍ଦୀ - 16

1 min
186

ବାରମ୍ବାର ବକ୍ଷରେ ଛୁରୀକାଘାତ 

କଣ ଆନନ୍ଦ ଦିଏ 

ତୁମେ କଣ ପାଅ ଅନ୍ୟକୁ କଷ୍ଟ ଦେଇ 

ଓଠ ଚାପି ତାଚ୍ଛଲ୍ୟ ହସ 

ହସିବାରେ ll


ବାକରୁଦ୍ଧ ଏବେ ପ୍ରେମର 

ଦୋଛକିରେ ବାଟବଣା

ପଥିକ ମୁଁ ଅର୍ଥାତ୍ 

ଅନ୍ୟକୁ ଆଶ୍ରାକରି ଛାତିଦମ୍ଭ କରିଛି 

ବେଶ୍ କିଛି କରି ନେବାକୁ ll


ପଥେ ପଥେ କଣ୍ଟକିତ 

ଅବରୋଧ ବନ୍ଦୀ 

ସମାଜ ସହ ନାହିଁ ସମ୍ପର୍କ 

ନିଜ ଦୁଃଖ ଧନ୍ଦା କରିବାକୁ 

ବେଳ କାହିଁ 

ଆଉ କାହା କଥା ବୁଝିବାକୁ ll


ଆସ ପୃଥିବୀକୁ ଓଲଟାଇ 

ଆଉ ଏକ ଦୁନିଆ ବନେଇବା 

ତମେ କଲ୍ପନା କରିବ 

ଆଉ ମୁଁ ସେଥିରେ 

ରୂପଦେବି ll            


କ୍ରମଶଃ---


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller