STORYMIRROR

Ashok Kumar Pradhan

Romance

3  

Ashok Kumar Pradhan

Romance

ଗୃହ ବନ୍ଦୀ - 12

ଗୃହ ବନ୍ଦୀ - 12

1 min
11.7K


ସନ୍ଧ୍ୟାର ହାଲକା 

ଶୀତଳ ସମୀରରେ

ରଜନୀଗନ୍ଧାର 

ଭୁରୁଭୁରୁ ବାସ୍ନା ll


ମାଇପି ଲୋକର 

ସଞ୍ଜ ଆଳତୀ 

ଶଙ୍ଖ ଘଣ୍ଟ ଘଣ୍ଟିର ଶବ୍ଦ 

ଧୂପ ଦୀପର 

ସ୍ଵର୍ଗୀୟ ପରିବେଶ ll


ଭାଗବତ ଟୁଙ୍ଗୀରୁ 

ଦାସିଆ ଅଜାର 

ବର୍ଣ୍ଣ ଅଶୁଦ୍ଧି 

ଉଚ୍ଚ ସ୍ଵରେ ଉଚ୍ଚାରିତ 

ଭାଗବତ ପାଠ ll


ମାଳ ଘର ଖୁଡୀ 

ପଲମରେ 

ସଦ୍ୟ ନଦୀରୁ ଧରା ଯାଇଥିବା 

ଚୁନା ମାଛ

ଭଜାର ବାସ୍ନା ll


କିଆ ଗୋହିରୀରେ 

ଟେଂଟେୟା ପକ୍ଷୀର 

ଟିଂ ଟିଂ ଶବ୍ଦ 

ଆଉ ବିଲୁଆର 

ହୁ କେ ହୋ ଡାକ ll


କିଛି ଶୁଭୁନାହିଁ 

ଆଜି ବ୍ୟସ୍ତ ବିବ୍ରତ 

ତୁମ ବିରହରେ 

ଅନ୍ୟମନସ୍କ 

ଦ୍ୱାଦଶ ଦିବସରେ 

ଗୃହ ବନ୍ଦୀ ଭାବେ 

ଉପନୀତ ll               


କ୍ରମଶଃ---


Rate this content
Log in

Similar oriya poem from Romance