STORYMIRROR

Srinibas Mahalik

Inspirational

5.0  

Srinibas Mahalik

Inspirational

ଗ୍ରେଟା ଥଣ୍ଡରବର୍ଗ

ଗ୍ରେଟା ଥଣ୍ଡରବର୍ଗ

1 min
784




ସ୍ବିଡେନରେ ଜନ୍ମ କୁନି ଝିଅ ସିଏ

ନାଆଁଟା ତାହାର ଗ୍ରେତା

ସାରା ପୃଥିବୀରେ ବାଣ୍ଟୁଅଛି ତା'ର

କ୍ଲାଇମେଟ୍ ଚେଞ୍ଜ୍ ବାର୍ତ୍ତା ।।


ଗ୍ଲୋବଲ୍ ଓ୍ବାର୍ମିଙ୍ଗ୍ କମ୍ କରିବାକୁ

ପ୍ରଚାର ରଖେ ସେ ଜାରି

ପରିବେଶ ଜୀବଜଗତ ପ୍ରତି ତା'

ଚିନ୍ତା ଅଛି ମନେ ଭରି ।।


ଆପଣା ଗ୍ରହକୁ ବଞ୍ଚେଇବା ପାଇଁ

ଉଠାଉଛି ତା'ର ସ୍ବର

ସ୍କୁ୍ଲ୍ ଛୁଟି କରି ସ୍ଲୋଗାନ ଛାଡେ ସେ

ଫ୍ରାଇଡେ ଫର୍ ଫିଉଚର ।।


ବୟସରେ ସିଏ ସାନ ହେଲେ ମଧ୍ୟ

ଚିନ୍ତାଧାରା ତା'ର ଉଚ୍ଚ

ତେଣୁ ମୋର ଏଇ ହୃଦୟ ଭିତରୁ

ଥାଙ୍କ୍ ହର୍ ସୋ ମଚ ।।


ବିଜୟନଗର,ଗଣିଆ,ନୟାଗଡ଼


రచనకు రేటింగ్ ఇవ్వండి
లాగిన్

Similar oriya poem from Inspirational