STORYMIRROR

Papu parida

Classics Inspirational Others

4  

Papu parida

Classics Inspirational Others

ଗର୍ବରେ କହୁଛି ମୁଁ ଉତ୍କଳୀୟ

ଗର୍ବରେ କହୁଛି ମୁଁ ଉତ୍କଳୀୟ

1 min
179

ଗର୍ବରେ କହୁଛି ମୁଁ ଉତ୍କଳୀୟ

ଉତ୍କଳ ମା ମୁଁ ସନ୍ତାନ।

ତା କୋଳେ ଜନମି ମୁଁ ତୁଚ୍ଛ ପ୍ରାଣୀ

ସଫଳ ହେଲା ମୋ ଜୀବନ।


କଳିଙ୍ଗ ଉଡ୍ର ହୀରାଖଣ୍ଡ ଭଳି 

କେତେ ଯେ ତାର ନାମ

ଏହି ମାଟି ପରା ଶିଖାଏ ସଭିଙ୍କୁ

ବନ୍ଧୁତା ଆଦର ପ୍ରେମ।


ମହାନଦୀ ବୈତରଣୀ ଋଷୁକୁଲ୍ୟା

ବହନ୍ତି ଯେ ଛଳଛଳ

ଦେଓମାଳି ଆଉ ମହେଦ୍ରଗିରିର

ଜଙ୍ଗଲ ଆମରି ବଳ।


ଖଣି ଖାଦାନରେ ପରିପୂର୍ଣ୍ଣ ଦେହ

ସୌନ୍ଦର୍ଯ୍ୟ ତା ଅଙ୍ଗେ ଅଙ୍ଗେ

ସମୁଦ୍ରବେଳା ଓ ଚିଲିକାର ପାଣି

ଅବିରତ ଢେଉ ଭାଙ୍ଗେ।


ପତିତ ପାବନ କାଳିଆର ନେତ 

ଏଇ ମାଟିରେ ଯେ ଉଡେ

ଏଇଠି ବସି ସେ ନାଟନାଗର ଯେ

ଜଗତର ଡୋରି ଭିଡ଼େ।


ଲିଙ୍ଗରାଜ କୋଣାର୍କ ମା ସମଲେଇ

ରଖନ୍ତି ଘଣ୍ଟ ଘୋଡେଇ

ମହାପ୍ରଭୁ ମୋର ଜାତିର ରଥକୁ

ଦିଅନ୍ତି ଆଗକୁ ବଢ଼େଇ।


ନାନା ପ୍ରଜାତିର ବିହଙ୍ଗମ ଦଳ

ଆସନ୍ତି ଶୀତ ସାଥିରେ

ଅସଂଖ୍ୟ ତାରା ଯେ ଝିଲମିଲ ହୁଏ

ବୈଶାଖ ଆକାଶ ରାତିରେ।


ଚଣ୍ଡାଶୋକ ଏଠି ଧର୍ମାଶୋକ ହେଲେ

ପରିଚୟ ବିରତ୍ୱର ପାଇଁ

ଭାରତ ହୋଇଲା ପରାଧୀନ ସିନା

ପାଇକ ନଇଁଲେ ନାହିଁ।


ଭାଷା ସାହିତ୍ୟର ପୂଜା ହୁଏ ଏଠି 

ସମୃଦ୍ଧ ଆମରି ଭାଷା

ଭାଷାଭିତ୍ତିରେ ଏ ପ୍ରଥମ ରାଇଜ

ନାଁ'ଟି ତାର ଓଡିଶା।


ମାଟି ଆଗେ ସର୍ବ ନିସର୍ଗି ଦିଅରେ

ଉତ୍କଳ ମାଟିର ତରୁଣ

ମହାଭାବନୁତାର ସଂକଳ୍ପ ନିଅ

ଖେଳୁ ଉନ୍ନତିର କିରଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics