STORYMIRROR

Srinibas Mahalik

Tragedy

5.0  

Srinibas Mahalik

Tragedy

ଗର୍ଭପାତ

ଗର୍ଭପାତ

1 min
4.9K



ପୁତ୍ର ଲୋଭୀମାନେ ଜାଣିଗଲେ ଯଦି

ଅଛି ଗର୍ଭେ ଶିଶୁ କନ୍ୟା

ଗର୍ଭପାତ ଭଳି କୁତ୍ସିତ ଚିନ୍ତାଟି

ତାଙ୍କ ମନେ ଖେଳେ ବନ୍ୟା ।।

ବିବାହ ପୂର୍ବରୁ ଦେହସୁଖ ପାଇଁ

କରେ ଯିଏ କାମ ହୀନ

ପରିଣାମ ତା'ର ପେଟରେ ବଢିଲେ

କରାହୁଏ ଆବୋସନ ।।

ନିଜ ସୁଖ ଏବଂ ନିଚ୍ଚ ସ୍ବାର୍ଥ ପାଇଁ

ଶିଶୁଙ୍କୁ ପକାନ୍ତି ବଳି

ଏଇ ଦୁନିଆଁକୁ ଡାକି ଦେଇ ତାଙ୍କୁ

ଅଧାରୁ ଦିଅନ୍ତି ଦଳି ।।

ବିଚରା ଶିଶୁଙ୍କ କି ଦୋଷ ଅଛି ଯେ

ପାଆନ୍ତି ଏଭଳି ଦଣ୍ଡ

ଆଖି ଦୁଇ ତାଙ୍କ ଖୋଲିବା ପୂର୍ବରୁ

କାଟି ଦିଆଯାଏ ମୁଣ୍ଡ ।।

ନିରୀହ ଶିଶୁଙ୍କୁ ହତ୍ୟା କରିବାଟା

ହେଉଅଛି ଗର୍ଭପାତ

ଆମ ସମାଜରୁ ଏଭଳି କାର୍ଯ୍ୟକୁ

ଲୋପ କର ଜଗନ୍ନାଥ ।।


@ବିଜୟନଗର, ଗଣିଆ, ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy