ଗର୍ଭଣା ସଂକ୍ରାନ୍ତି
ଗର୍ଭଣା ସଂକ୍ରାନ୍ତି
ବୁଣିବୁ ! ଆଗରେ ବା ପଛରେ
ଗର୍ଭ ତା ଗର୍ଭଣା ସଂକ୍ରାନ୍ତିରେ।
ଶସ୍ୟ କରିବ ଟି ଗର୍ଭ ଧାରଣ
ଚାଷୀଭାଇଙ୍କର ମନ ଉଚ୍ଛନ୍ନ
ଗର୍ଭଣା ସଂକ୍ରାନ୍ତି ତା ଶୁଭ ଦିନ
କରିବ କୃଷକ ଶସ୍ୟ ପୂଜନ।
ସାରି ନିତ୍ୟକର୍ମ ସକାଳୁ ଚାଷୀ
ନୂଆ ପରିଧାନ ପିନ୍ଧିଛି ଖୋସି
ପୂଜାର ନୈବେଦ୍ୟ ଧରିଛି ବେଶି
ଭକ୍ତିରେ ପୂଜିବ ଶସ୍ୟର କଷି ।
ଚାଷ ଜମି ଠାରେ ଯାଏ ହରଷେ
ଗର୍ଭଣା ସଂକ୍ରାନ୍ତି ପୂଜା ବିଶେଷେ
ଧୂପ ଦୀପ ଦେଇ କରେ ପୂଜନ
ଅର୍ପଣ କରେ ଟି ନୈବେଦ୍ୟ ପୁନଃ।
ଶାରଦୀୟ ଭକ୍ତିମୟ ପାର୍ବଣ
କୃଷକ ଗର୍ଭଣା ସଂକ୍ରାନ୍ତି ପୁନଃ
ଅତି ଉତ୍ସାହିତ କୃଷକ ପ୍ରାଣ
ଦେଖି ତାର ଶସ୍ୟ ଗର୍ଭ ଧାରଣ।
ପୂଜେ ଜଗନ୍ନାଥ ହୋଇ ଆନନ୍ଦ
ଭଲ ଫସଲ ହେବୁ ହେ ମୁକୁନ୍ଦ
ଗୃହରେ ନ ରହୁ କେବେ ନିଅଣ୍ଟ
ଗୃହସ୍ଥା ଶ୍ରମକୁ ରଖ ସନ୍ତୁଷ୍ଟ ।
ଫସଲ ଜମିକୁ ଦେଖି କୃଷକ
ନିର୍ମିତ ଗୃହେ ପିଠାହେ ଅନେକ
ଶୁଭୁ ଅଛି ଗୃହେ ଗୀତ ସଙ୍ଗୀତ
ଗର୍ଭଣା ସଂକ୍ରାନ୍ତି ଚାଷେ ମହତ୍ତ୍ଵ।
