STORYMIRROR

Tapan Dixit

Inspirational Others Abstract

3  

Tapan Dixit

Inspirational Others Abstract

‘’ଗରବେ କହିବି ଓଡ଼ିଆ ପୁଅ ମୁଁ

‘’ଗରବେ କହିବି ଓଡ଼ିଆ ପୁଅ ମୁଁ

1 min
27.5K


ଗରବେ କହିବି ଓଡ଼ିଆ ପୁଅ ମୁଁ

ଓଡ଼ିଆ ମୋ ମାତୃଭାଷା

ଯିଏ ଯାହା କହୁ କରୁ ପଛେ ମୋତେ

ଅନ୍ତରେ ଯେତେ ଈର୍ଷା ‘’

(ବନ୍ଦେ ଉତ୍କଳ ଜନନୀ )

ଯାହାର ଠାକୁର ଜଗତର ନାଥ

ସାଗର ଯା ମହୋଦଧୀ

କୁଳୁ କୁଳୁ ଛନ୍ଦେ ବହି ଚାଲିଥିବା

ସରିତ ଯା ମହାନଦୀ,

ଚଣ୍ଡାଶୋକ ଯହିଁ ଧର୍ମାଶୋକ ହୋଇ

ନୁଆଇଁ ଲେ ତାଙ୍କ ମଥା

ଭଗ୍ନ କୋଣାରକ ଗର୍ବେ କୁହେ ଯହିଁ

ଅମର କୀର୍ତ୍ତିର ଗାଥା,

ମାଟିରୁ ଯାହାର ମଧୁ ଗନ୍ଧ ଛୁଟେ

ସ୍ନେହ ବୋଳା ଯାର ଭାଷା

ସୁଜଳା ସୁଫଳା ଚାରୁ ଲାସ୍ୟମୟୀ

ସେଇ ମୋ ଦେଶ ଓଡିଶା ||

ତପନ ଦୀକ୍ଷିତ (ବେଳାଭୂମି)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational