STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଗରବେ କହିବ

ଗରବେ କହିବ

1 min
304

ପର ଦୁଃଖ ଦେଖି ଯେବେ ତୁମ ଆଖି

କାନ୍ଦି ଝରେଇବ ଲୁହ

ତେବେ ସିନା ତୁମ୍ଭେ ଗରବେ କହିବ

ଅଟଇ ମଣିଷ ଜୀବ


ହୀନ ବୁଦ୍ଧି ହୀନ ଭାବନାକୁ ଯେବେ

ମନରୁ ତ୍ୟାଗ କରିବ

ତେବେ ସିନା ତୁମ୍ଭେ ଗରବେ କହିବ

ତୁମେ ପର ସତ୍ୟଦେବ


ଜାତି ହିତ ଲାଗି ଯେବେ ତୁମ ହୃଦେ

ଦରଦ ଜାଗି ଉଠିବ

ତେବେ ସିନା ତୁମ୍ଭେ ଗରବେ କହିବ

ଦେଶ ନାଆର ନାବିକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract