ଗର୍ବାନ୍ୱିତ କରେ
ଗର୍ବାନ୍ୱିତ କରେ
ଆମେରିକା ଭୂମି ଅତିହିଁ ଚହଳ
ବିଶ୍ବ ନେତାଙ୍କ ଗମନେ,
ମୋଦିଙ୍କ ଭୂମିକା ଗୁଞ୍ଜୁ ତହିଁ
ବିଶ୍ବ ଦେଖୁ ଅଛି ଧ୍ୟାନେ।୧।
ମୋଦି ମୋଦି ରାବ୍ ଗୁଞ୍ଜନ କରୁଛି
ଦେଖୁ ଅଛି ବିଶ୍ବ ନେତ୍ରେ,
ଆତଙ୍କିତ ଦେଶ କମ୍ପୁ ଛନ୍ତି ତହିଁ
ଆତଙ୍କି ଦେଖନ୍ତି ନେତ୍ରେ।୨।
ବିସ୍ତାରବାଦୀ ହିଁ ଡ଼ରୁ ଅଛି ଏବେ
ଦେଖୁ ଅଛି ନେତ୍ର ମେଲି,
ପ୍ରତିଭା ମୋଦିଙ୍କ ବଢୁ ଅଛି ନିତି
ଶୁଣୁ ଅଛି କର୍ଣ୍ଣ ମେଲି।୩।
ଗୌରବାନ୍ନିତ ସେ କରୁଅଛି ଦେଶେ
ପ୍ରଫୁଲ୍ଲିତ ଦେଶବାସୀ,
ହୋଇ ନାହିଁ ଯାହା ହେଉ ଅଛି ଏବେ
ଭାଗ୍ୟବାନ ଦେଶବାସୀ।୪।
ମୋଦିଙ୍କର ବଳେ ସମ୍ମାନ ମିଳୁଛି
ବିଶ୍ବ ନେତା ସେହୁ ଆଜି,
ବିଶ୍ବ ଗୁରୁ ପରି ମାନ୍ୟତା ମିଳୁଛି
କର୍ମପଥେ ଦେଶ ଆଜି।୫।
ଜନସେବା କାର୍ଯ୍ୟ ଗୁଞ୍ଜୁ ଅଛି ବିଶ୍ବେ
ମୋଦିଙ୍କର କର୍ମ ବଳେ,
ଦିନରାତି କାର୍ଯ୍ୟ ଜନତା କଲ୍ୟାଣେ
ଛୁଟି ନାହିଁ କେଉଁ କାଳେ।୬।
ବିଶ୍ବ ଦେଖୁ ଅଛି ଜନତା ଦେଖନ୍ତି
ଦେଖୁ ଛନ୍ତି ଶତ୍ରୁ ଦେଶ,
ଉନ୍ନତି ପଥରେ ଅଗ୍ରସର ଦେଶ
ସତ୍ୟପଥେ ଆଜି ଦେଶ।୭।
ଭେଦଭାବ ନାହିଁ ଜନଜନ ପ୍ରତି
ନାହିଁ ଜାତିବାଦ ତହିଁ,
ଭ୍ରଷ୍ଟାଚାର ନାହିଁ ଡିଜିଟାଲ୍ ମନ୍ତ୍ର
ହୋଇଛି ଆଧାର ଯହିଁ।୮।
ରାମରାଜ୍ୟ ପରି ଶାସନ ଯାହାର
ବିଶ୍ବେ ଗୁଞ୍ଜୁ ଅଛି ନାମ,
ମୋଦି ପରି ନେତା ଦେଶକୁ ମିଳିଛି
ଗୁଞ୍ଜୁ ଅଛି ବିଶ୍ବେ ନାମ।୯।
ଆମେରିକା ଭୂମି ଅତିହିଁ ଚହଳ
ବିଶ୍ବ ନେତାଙ୍କ ଗମନେ,
ମୋଦିଙ୍କ ଭୂମିକା ଗୁଞ୍ଜୁ ଅଛି ତହିଁ
ବିଶ୍ବ ଦେଖୁ ଅଛି ଧ୍ୟାନେ।୧୦।
