STORYMIRROR

Debadatta Jena

Abstract Romance Thriller

4  

Debadatta Jena

Abstract Romance Thriller

ଗ୍ରାଫ..

ଗ୍ରାଫ..

1 min
229

ଏଠି ଶବ୍ଦର ଶିକୁଳିରେ 

ବନ୍ଧା ଅର୍ଥର ଦ୍ବିଲୋକ..

ଶବ୍ଦର ପ୍ରହେଳିରେ

ରୂନ୍ଧା ସ୍ୱପ୍ନର ମୂଲକ..!

ସେ ଶବ୍ଦର ସୃଜନୀରେ 

ବୁଡି ଗଲେ ଥରେ,

ଭାଷା ଓ ଭାବରେ ଭରେ

ଅନେକ ଅର୍ଥର ଦ୍ୱେତକ 

ଶବ୍ଦ ସ୍ରୋତସ୍ୱିନୀରେ 

ଯେ ଭିଜି ଗଲେ ଥରେ 

ଭାବ ଲୟରେ ସାଜେ

ଦ୍ୱେତ ଅର୍ଥର ସନ୍ତକ..!

ଭାଷାର ପରିଧିକୁ କେବେ 

ପାରି ହେଲେ ଥରେ,

ଶବ୍ଦ ସଂଯୋଜନୀ ଲାଗେ 

ଅଥଳ ଗଭୀର ସମୁଦ୍ର,

ଶବ୍ଦ ନିକ୍ୱଣରେ ଝୁମି ଗଲେ

ଥରେ,ସେ ଶବ୍ଦ ଭେଦରେ

ସୃଜେ ପାରାବାର..!

ଏଠି ରାସ୍ତା ବି ତ ଏକ,

ଥାଏ ମୋଡ଼ ଯେ ଅନେକ,

ଏଠି ପଥ ବି ତ ଏକ,

ହେଲେ ପନ୍ଥା ଅନେକ,

ହଁ,ଦେଖି କି ନ ହସ ଥରେ,

କେବେ ହସି କି ତ ଦେଖ୍,

ଫେରୁ ହସର ଜୁଆର,

କେବେ ଚେଇଁବା ତ ଶିଖ୍,

ହେଉ ସ୍ବପ୍ନ ଯେ ସମ୍ଭବ,

ଥରେ ବାସ୍ତବତା ଦେଖ୍,

ସାଜୁ ହୃଦୟ ସଂକେତ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract